www.samajalive.in
Sunday, December 14, 2025
18.1 C
Bhubaneswar

ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ଗୀତା ମହୋତ୍ସବ

ଡେସ୍କ: ଶ୍ରୀଲଙ୍କାର ବୁଦ୍ଧ ଶାସନ, ଧାର୍ମିକ ଓ ସାଂସ୍କୃତିକ ବ୍ୟାପାର ମନ୍ତ୍ରୀ ବିଦୁରା ବିକ୍ରମନାୟକେ କହିଛନ୍ତି ଯେ କଲମ୍ବୋରେ ଅନ୍ତର୍ଜାତୀୟ ଗୀତା ମହୋତ୍ସବ ଅନୁଷ୍ଠିତ ହେବ। ପରିଚାଳନା କମିଟି ବୈଠକରେ ମନ୍ତ୍ରୀ କହିଛନ୍ତି, ଶ୍ରୀମଦ୍ ଭଗବତ ଗୀତାର କାଳଜୟୀ ଶିକ୍ଷାକୁ ଲୋକପ୍ରିୟ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।

ତିନି ଦିନିଆ ଅନ୍ତର୍ଜାତୀୟ ଗୀତା ମହୋତ୍ସବ ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ। ହରିୟାଣାର କୁରୁକ୍ଷେତ୍ର ଉନ୍ନୟନ ବୋର୍ଡର ଆର୍ଥିକ ସହଯୋଗରେ ନେଲୁମ ପୋକୁନା ଥିଏଟର ପରିସରରେ ଏହି ମହୋତ୍ସବ ଅନୁଷ୍ଠିତ ହେବ। ବିଗତ ବର୍ଷମାନଙ୍କରେ ବିଦେଶରେ ଏହି ମହୋତ୍ସବ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ସମଗ୍ର ବିଶ୍ୱରୁ ହଜାର ହଜାର ପ୍ରତିନିଧି ଯୋଗଦେବେ ବୋଲି ଆଶା କରାଯାଉଛି। ମହୋତ୍ସବରେ ଗୀତା ଯଜ୍ଞ, ଗୀତା ଜପ, ଶୋଭା ଯାତ୍ରା, ସମସାମୟିକ ଆଗ୍ରହର ବିଭିନ୍ନ ବିଷୟ ଉପରେ ଆଲୋଚନାଚକ୍ର ଓ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ମାର୍ଚ୍ଚ ୪ ତାରିଖରେ ଶ୍ରୀଲଙ୍କା ସଂସଦରେ ଶ୍ରୀମଦ୍ ଭଗବତ ଗୀତାର ଏକ ନକଲ ଉପସ୍ଥାପନ କରାଯିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories