www.samajalive.in
Sunday, December 14, 2025
16.1 C
Bhubaneswar

ହମ୍ପସ ନିର୍ମାଣ ଦାବିରେ ଜାତୀୟ ରାଜପଥ ଅବରୋଧ

ବୌଦ୍ଧ  : ବୌଦ୍ଧ ସହରର ଉପକଣ୍ଠରେ ଥିବା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ମୁଖରେ ଏକ ସ୍କୁଟି ଧକ୍କାରେ ଜଣେ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଛାତ୍ରୀଙ୍କୁ ସ୍କୁଟି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ସୂଚନା ଅନୁସାରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ରୀ ଆଜି ସକାଳେ ନିଜ ସାଇକେଲରେ ବିଦ୍ୟାଳୟକୁ ପଢିବା ପାଇଁ ଆସୁଥିବାବେଳେ ବିଦ୍ୟାଳୟ ସମ୍ମୁଖରେ ଏକ ସ୍କୁଟି ସାଇକେଲକୁ ଧକ୍କା ଦେଇଥିଲା । ଫଳରେ ଛାତ୍ରୀ ଜଣକ ଆହତ ହୋଇଥିଲେ । ଆହତ ଛାତ୍ରୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଦୁର୍ଘଟଣା ଘଟାଇ ସ୍କୁଟିଟି ଘଟଣାସ୍ଥଳରୁ ଫରାର ହୋଇଯାଇଛି ।

ଦୁର୍ଘଟଣା ପରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଥିଲା । ଫଳରେ ଛାତ୍ରୀମାନେ ବିଦ୍ୟାଳୟ ସମ୍ମୁଖରେ ହମ୍ପସ ନିର୍ମାଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶହଶହ ଗାଡି ମଟର ଅଟକି ରହିଥିଲା । ଘଟଣାସ୍ଥଳରେ ଜିଲା ଆରକ୍ଷୀ ଅଧିକ୍ଷକ ପହଞ୍ଚି ଛାତ୍ରୀମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ଏହି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମ୍ମୁଖରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସେଠାରେ ଏକ ହମ୍ପସ ନିର୍ମାଣ ପାଇଁ ବିଦ୍ୟାଳୟ କତ୍ତୃପକ୍ଷ ଜାତୀୟ ରାଜପଥ ବିଭାଗକୁ ଲିଖିତ ଭାବରେ ଦେଇଥିଲେ । ହେଲେ ବିଭାଗ ସେମାନଙ୍କ ଏହାକୁ ଅଣଦେଖା କରିଥିଲା । ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ସେଠାରେ ଏକ ହମ୍ପସ ନିର୍ମାଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories