www.samajalive.in
Sunday, December 7, 2025
26.1 C
Bhubaneswar

ଆଇଆଇଏମଟିରେ ମାନବ ସମ୍ବଳ ପରିଚାଳନାରେ ଯୁଗାନ୍ତକାରୀ ପରିବର୍ତ୍ତନ ଉପରେ ଆନ୍ତର୍ଜାତିକ ସମ୍ମିଳନୀ

ଭୁବନେଶ୍ୱର: ଭାରତୀୟ ପ୍ରଶିକ୍ଷଣ ଏବଂ ବିକାଶ ସଂଗଠନର ମିଳିତ ସହଯୋଗରେ କଣ୍ଟାବାଡ଼ ସ୍ଥିତ ଇଣ୍ଟର ସାଇନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଏବଂ ଟେକ୍ନୋଲୋଜି ପରିସରରେ ମାନବ ସମ୍ବଳ ପରିଚାଳନାରେ ଯୁଗାନ୍ତକାରୀ ପରିବର୍ତ୍ତନ ଉପରେ ଏକ ଆନ୍ତର୍ଜାତିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।  ଏହାକୁ ଆଇ.ଆଇ.ଏମ୍.ଟି.ର ନିର୍ଦ୍ଦେଶକ ପ୍ରଫେସର ଡ଼ଃ ଶ୍ରୀକାନ୍ତ ପଟ୍ଟନାୟକ ଉଦଘାଟନ କରିଥିଲେ । ସାମାଜିକ ଗଣମାଧ୍ୟମ ଏବଂ ରୋବୋଟିକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଉଦ୍ଭାବନ ଦ୍ୱାରା ମାନବ ସମାଜ ଏବଂ ବ୍ୟକ୍ତିର ବ୍ୟବହାର ଉପରେ ଗଭୀର ପ୍ରଭାବ ପଡ଼ୁଛି ବୋଲି ଡ଼ଃ ଶ୍ରୀକାନ୍ତ ପଟ୍ଟନାୟକ ମତପ୍ରକାଶ କରିଥିଲେ।

ଆଇ.ଏସ୍.ଟି.ଡ଼ି. ଭୁବନେଶ୍ୱର ଚାପ୍ଟର ଚେୟାରମ୍ୟାନ ତଥା କିଟ୍ ୟୁନିଭର୍ସିଟି ଏଚ୍.ଆର୍. ଏବଂ ସ୍କିଲ୍ ବିଭାଗର ବରିଷ୍ଠ ନିର୍ଦ୍ଦେଶକ ଡ଼ଃ ପ୍ରବୋଧ କୁମାର ମହାନ୍ତି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇଥିଲେ ।  ଏବଂ ଦକ୍ଷତା କୌଶଳର ବିକାଶ ହୋଇପାରିଲେ ସେମାନେ ରୋଜଗାର କରି କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ସେ ନେଇ ମତପ୍ରକାଶ କରିଥିଲେ।  ଟ୍ୟାଲେଣ୍ଟ-ସିଗ୍ମାର ନିର୍ଦ୍ଦେଶକ , ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ବିଜନେସ୍ ଆଡ଼ମିନିଷ୍ଟ୍ରେସନର ମୁଖ୍ୟ ଡ଼ଃ ସାରଦା ପ୍ରସନ୍ନ ସାହୁ , ବିଶିଷ୍ଟ ଗବେଷକ ତଥା ଏକ୍ସଆଇଏମର ଆସିଷ୍ଟାଣ୍ଟ ପ୍ରଫେସର ଡ଼ଃ ସଂଜୀବ ଭଟ୍ଟାଚାର୍ଯ୍ୟ , ଆଇଆଇଏମଟିର ଏକାଡ଼େମୀ ଡ଼ିନ୍ ପ୍ରଫେସର ଡ଼ଃ ପ୍ରମୋଦ କୁମାର ପୃଷ୍ଟି  ଏବଂ ଆଇଆଇଏମଟିର ଛାତ୍ର କଲ୍ୟାଣ ବିଭାଗର ଡିନ୍ ପ୍ରମୂଖ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ରହିଥିଲେ ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories