www.samajalive.in
Monday, December 8, 2025
14.1 C
Bhubaneswar

ମେହୁଲ ଚୋକ୍ସିଙ୍କୁ ଅନ୍ତରୀଣ ଜାମିନ; ସ୍ୱାସ୍ଥ୍ୟଗତ କାରଣରୁ ଡୋମିନିକା ହାଇକୋର୍ଟ ଜାମିନ ମଞ୍ଜୁର କଲେ

ନୂଆଦିଲ୍ଲୀ: ଡୋମିନିକା ହାଇକୋର୍ଟ ସୋମବାର ପଳାତକ ଅପରାଧୀ ମେହୁଲ ଚୋକ୍ସିଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ଏହି ଜାମିନ ଦିଆଯାଇଛି । ଚୋକ୍ସିଙ୍କୁ ତାଙ୍କର ସ୍ନାୟବିକ ସମସ୍ୟାର ଚିକିତ୍ସା ନିମନ୍ତେ ଆଣ୍ଟିଗୁଆ ଏବଂ ବାରବାଡୋସ ଯିବାକୁ ମଧ୍ୟ ଅନୁମତି ଦିଆଯାଇଛି । ତେବେ ସେ ଯାତ୍ରା କରିବାକୁ ସମର୍ଥ ହେବା ପର୍ଯ୍ୟନ୍ତ ତାଙ୍କର ଏହି ଜାମିନ ଆଦେଶ ବଳବତ୍ତର ରହିବ ବୋଲି ଅଦାଲତଙ୍କ ପକ୍ଷରୁ କୁହାଯାଇଛି । ଚୋକ୍ସିଙ୍କ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ଅଦାଲତରେ ତାଙ୍କର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଆବେଦନ କରିବା ପରେ ସରକାରୀ ଓକିଲ ଏଥିପାଇଁ ତାଙ୍କୁ ଆଣ୍ଟିଗୁଆ ଯିବାରେ ତାଙ୍କର କୌଣସି ଆପତ୍ତି ନଥିବା କହିଥିଲେ । ସୂଚନାଯୋଗ୍ୟ ଯେ ୨୦୧୮ରେ ଭାରତ ଛାଡିବା ପରେ ଚୋକ୍ସି ଆଣ୍ଟିଗୁଆରେ ଜଣେ ନାଗରିକ ଭାବରେ ଅବସ୍ତାନ କରୁଛନ୍ତି ।

ଚୋକ୍ସିଙ୍କୁ ୧୦ ହଜାର ପୂର୍ବ କାରିବିଆନ୍‍ ଡଲାର (ପ୍ରାୟ ୨.୭୫ ଲକ୍ଷ ଟଙ୍କା) ଅଦାଲତରେ ଜାମିନ ନିମନ୍ତେ ଜମା କରିବାକୁ ଆଦେଶ ଦିଆଯାଇଛି । ଏଥିସହିତ ଚୋକ୍ସି ବେଆଇନ ଭାବରେ ମଇ ୨୩ ତାରିଖରେ ଡୋମିନିକାକୁ ପ୍ରବେଶ କରିଥିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଜଣେ ମାଜିଷ୍ଟ୍ରେଟଙ୍କ ଅଦାଲତରେ ଚାଲିଥିବା ମାମଲାର ବିଚାର ପ୍ରକ୍ରିୟାକୁ ମଧ୍ୟ ହାଇକୋର୍ଟ ସ୍ଥଗିତ ରଖିଛନ୍ତି । ସୂଚନାଯୋଗ୍ୟ ଯେ ଭାରତରେ ୧୩,୫୦୦ କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତିରେ ୬୨ ବର୍ଷ ବୟସ୍କ ଚୋକ୍ସିଙ୍କୁ ଭାରତ ସରକାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଦର୍ଶାଇବା ସହିତ ତାଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ପ୍ରୟାସ କରୁଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories