www.samajalive.in
Monday, December 15, 2025
17.1 C
Bhubaneswar

ଜୋରନ୍ଦା ସେକ୍ଟରରେ ଅନ୍ତର୍ଜାତୀୟ ବାଳିକା ଦିବସ

ଆଠଗଡ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଜୋରନ୍ଦା ସେକ୍ଟରରେ ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ଧାଇପୁର ହାଇସ୍କୁଲଠାରେ ବୁଧବାର ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଏଥିରେ ସଂଯୋଜନା କରି ବାଳିକା ଦିବସ ପାଳନର ଉଦ୍ଦେଶ୍ୟ, ଲକ୍ଷ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିବା ସହ ସମାଜରେ ଝିଅଙ୍କ ପ୍ରତି ଦୃଷ୍ଟିଭଙ୍ଗିରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଝିଅମାନେ ପୁଅମାନଙ୍କଠାରୁ କୌଣସି ଗୁଣରେ ନ୍ୟୁନ ନୁହନ୍ତି ବୋଲି ସେ ମତପ୍ରକାଶ କରିଥିଲେ। ଜାତୀୟ ପରିସଂଖ୍ୟାନ ଅନୁଯାୟୀ ଆମ ରାଜ୍ୟରେ ୮୪.୩ଭାଗ ପୁରୁଷଙ୍କ ତୁଳନାରେ ୬୭.୪ମହିଳା ସାକ୍ଷର ଅଟନ୍ତି ଏବଂ ଚିନ୍ତାଜନକ ବିଷୟ ହେଲା ମାତ୍ର ୨୬.୭ ପ୍ରତିଶତ ମହିଳା ଦଶମ ବା ତଦ୍ଦୁର୍ଦ୍ଧ ଶିକ୍ଷା ଲାଭ କରିଛନ୍ତି । ଆମ ସମାଜରେ ୩୫ ଭାଗ ମହିଳା ଘରୋଇ ହିଂସାର ଶିକାର ହୋଇଥାନ୍ତି। ସେହିପରି ୨୧.୩ ପ୍ରତିଶତ ଝିଅ ବାଲ୍ୟବିବାହର ଶିକାର ହୋଇଥାନ୍ତି। ପ୍ରଚଳିତ ନିୟମ ଓ ଝିଅଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ସେମାନଙ୍କ ପ୍ରଗତିରେ ବାଧକ ସାଜୁଛି। କନ୍ୟା ଭୃଣ ହତ୍ୟା ଓ ବାଲ୍ୟ ବିବାହ ଭଳି ଚଳଣି ଝିଅଙ୍କୁ ସେମାନଙ୍କର ଅଧିକାରରୁ ବଞ୍ଚିତ କରୁଛି ବୋଲି ଶ୍ରୀ ଅସଲମ କହିଥିଲେ। କନ୍ୟା ଭୃଣ ହତ୍ୟା ଓ ବାଲ୍ୟ ବିବାହ ଭଳି କୁପ୍ରଥାକୁ ସବୁସ୍ତରରେ ବିରୋଧ କରିବା ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଦ୍ୟାଳୟର ଛାତ୍ରୀ ଓ ଅନ୍ୟମାନେ ପରିବାରରେ କାହାରି ବାଲ୍ୟ ବିବାହ କରିବେ ନାହିଁ ଓ ଏହାକୁ ସମର୍ଥନ କରିବେ ନାହିଁ ବୋଲି ଶପଥ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ଅଙ୍ଗନବାଡି କର୍ମୀ ଲଳିତା ବେହେରା, ମାଳତୀ ପ୍ରଧାନ, ଆଶାକର୍ମୀ ସଂଯୁକ୍ତା ରାଉତଙ୍କ ସମେତ ଗାଁ କଲ୍ୟାଣ ସମିତିର ସଦସ୍ୟମାନେ ଯୋଗଦାନ କରି ଏକ ସଚେତନତା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories