www.samajalive.in
Monday, December 15, 2025
26.1 C
Bhubaneswar

ଆଜି ସରିବ ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଫର୍ମପୂରଣ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯସ୍ୱକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପୁନଃମୂଲ୍ୟାୟନ ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କୁ ଉତ୍ତରଖାତା ପଠାଯାଇଛି । ସେହିପରି ଇନଷ୍ଟାଣ୍ଟ ଫର୍ମପୂରଣ ଅବଧିକୁ ୪ଦିନ ବଢାଯାଇ ୬ତାରିଖ ଅନ୍ତିମ ଅବଧି ରହିଛି । ପୁନଃମୂଲ୍ୟାୟନ ପାଇଁ ଆବେଦନ କରିଥିବା ୩ହଜାର ପରୀକ୍ଷାର୍ଥୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଉତ୍ତରଖାତା ଯୋଗାଇ ଦିଆଯାଇଛି । ଉତ୍ତରଖାତା ପୁନଃ ଯାଞ୍ଚ ପାଇଁ ଗତମାସ ୩୦ରୁ ଆବେଦନ ଆରମ୍ଭ ହୋଇଥିବାବେଳେ ଜୁନ ୧୩ ଆବେଦନର ଶେଷ ତାରିଖ ରହିଛି । ପ୍ରଥମ ପର୍ଯ୍ୟାୟରେ ୩ହଜାର ପରୀକ୍ଷାର୍ଥୀଙ୍କୁ ଉତ୍ତରଖାତା ଦିଆଯାଇଥିବା ବେଳେ ଜୁନ୍‍ ୧୮ସୁଦ୍ଧା ଆବେଦନକାରୀଙ୍କୁ ଉତ୍ତରଖାତା ଯୋଗାଇ ଦେବ ପରିଷଦ ।
ସମସ୍ତ ଆବେଦନ ସରିବା ପରେ ପୁନଃ ମୂଲ୍ୟାୟନ ଆରମ୍ଭ ହେବ । ସେହିପରି ଇନଷ୍ଟାଣ୍ଟ ପରୀକ୍ଷା ପାଇଁ ଫର୍ମପୂରଣ ପ୍ରକ୍ରିୟା ୪ଦିନ ବୃଦ୍ଧି କରାଯାଇଥିଲା । ଇନଷ୍ଟାଣ୍ଟ ପରୀକ୍ଷା ପାଇଁ ଜୁନ ୨ ଫର୍ମ ପୂରଣର ଶେଷ ଦିନ ଥିଲା । ହେଲେ ଛାତ୍ରଛାତ୍ରୀ ଫର୍ମପୂରଣ କରିପାରି ନଥିବାରୁ ୬ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଜୁନ ୬ ଶୁକ୍ରବାର ଦିନ ଇନଷ୍ଟାଣ୍ଟ ପରୀକ୍ଷା ପାଇଁ ଫର୍ମପୂରଣ ଶେଷ ହେବ ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories