www.samajalive.in
Saturday, December 6, 2025
14.1 C
Bhubaneswar

ମିଶନ ସାଗର : ଖାଦ୍ୟ ସାମଗ୍ରୀ ନେଇ ମାଳଦୀପରେ ପହଞ୍ଚିଲା ‘ଆଇଏନଏସ କେସରୀ’

ନୂଆଦିଲ୍ଲୀ : ଭାରତୀୟ ନୌସେନାର ଜାହାଜ ଆଇଏନଏସ କେସରୀ ‘ମିସନ ସାଗର’ ଅଭିଯାନର ଏକ ଅଂଶ ସ୍ୱରୂପ ମାଳଦୀପର ମାଲେ ବନ୍ଦରରେ ପହଞ୍ଚିଛି । ଆଇଏନଏସ କେସରୀ ମାଳଦୀପର ଜନତାଙ୍କ ପାଇଁ ୫୮୦ ଟନ୍ ଖାଦ୍ୟ ସାମଗ୍ରୀ ନେଇକରି ଯାଇଛି । ଭାରତ ସରକାର ନିଜର ମିତ୍ର ରାଷ୍ଟ୍ରଙ୍କୁ କରୋନା ମହାମାରୀ ସମୟରେ ସହାୟତା ପ୍ରଦାନ କରୁଛନ୍ତି । ଏହି ଅଞ୍ଚଳରେ କୋଭିଡ-୧୯ ମହାମାରୀ ଏବଂ ସାମାଜିକ ଦୂରତାର ମାନଦଣ୍ଡକୁ ଧ୍ୟାନରେ ରଖି ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି ।

ଭାରତ ସରକାରଙ୍କ ପକ୍ଷରୁ  ‘ସର୍ବ ପ୍ରଥମେ ପଡୋଶୀ’ ନୀତିର ଦୃଷ୍ଟିକୋଣ ଅନୁରୂପ କରାଯାଇଛି ।ଯେଉଁଥିରେ ମାଳଦୀପ ପ୍ରମୁଖ ରୂପରେ ଆସୁଛି । ଏହି ଅଭିଯାନକୁ ପ୍ରତିରକ୍ଷା ଏବଂ ବିଦେଶ ମନ୍ତ୍ରଣାଳୟ ଓ ଭାରତ ସରକାରଙ୍କର ଅନ୍ୟ ସଂସ୍ଥାଗୁଡିକ ମଧ୍ୟରେ ଘନିଷ୍ଠ ସମନ୍ୱୟ ମାଧ୍ୟମରେ ଆଗକୁ ଅଗ୍ରସର କରାଯାଉଛି । ମିଶନ ସାଗର, ସଂଚାଳନ ସମୁଦ୍ର ସେତୁର ପ୍ରାୟ ପଛେ ପଛେ କରାଯାଉଛି । ସମୁଦ୍ର ସେତୁ ମାଧ୍ୟମରେ ବିଦେଶରେ ଥିବା ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବା ବ୍ୟବସ୍ଥା କରାଯାଇଛି । । ମଇ ୮ ଏବଂ ୧୦ରେ ଆଇଏନଏସ ଜଲାଶ୍ୱ ଏବଂ ଆଇଏନଏସ ମଗର ଦ୍ୱାରା ମୋଟ ୯୦୦ ଭାରତୀୟ ନଗରିକଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଛି ।

- Advertisement -

ଭାରତ ଏବଂ ମାଳଦୀପ ହେଉଛନ୍ତି ବହୁତ ନିକଟତର ସମୁଦ୍ର ପଡୋଶୀ, ଯେଉଁମାନଙ୍କ ମଧ୍ୟରେ ବହୁତ ସୁଦୃଢ ଏବଂ ଅତ୍ୟନ୍ତ ସୌହାର୍ଦପୂର୍ଣ୍ଣ ପ୍ରତିରକ୍ଷା ଏବଂ ରାଜନୈତିକ ସଂପର୍କ ରହିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories