www.samajalive.in
Saturday, December 6, 2025
17.1 C
Bhubaneswar

ହକି କିମ୍ବନ୍ଦନ୍ତୀ ବଲବୀର ସିଂହ ଗୁରୁତର

ଚଣ୍ଡୀଗଡ଼: ହକି କିମ୍ବନ୍ଦନ୍ତୀ ବଲବୀର ସିଂହ ହୃଦ୍‌ଘାତର ଶିକାର ହୋଇଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି। ମୋହାଲିସ୍ଥିତ ଫର୍ଟିସ ମେଡିକାଲରେ ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା ଚାଲିଥିବା ପରିବାର ସୂତ୍ରରୁ ସୂଚନା ମିଳିଛି।

ବଲବୀର ୩ଥର ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ବିଜୟୀ ହୋଇଥିଲେ। ୯୬ ବର୍ଷୀୟ ବଲବୀର ଜ୍ଵରରେ ଆକ୍ରାନ୍ତ ହେବାରୁ ତାଙ୍କୁ ଗତ ଶୁକ୍ରବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କର କରୋନା ଭୂତାଣୁ ପରୀକ୍ଷା ହୋଇଥିଲା। ତାହାର ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ମଙ୍ଗଳବାର ସକାଳେ ତାଙ୍କର ହୃଦଘାତ ହୋଇଥିଲା। ବଲବୀରଙ୍କ ନାତି କବୀର କହିଛନ୍ତି ଯେ, ତାଙ୍କ ଜେଜେଙ୍କ ଅବସ୍ଥା ଗୁରୁତର ରହିଛି। ମଙ୍ଗଳବାର ସକାଳେ ତାଙ୍କର ହୃଦଘାତ ହୋଇଥିଲା। ସ୍ବାସ୍ଥ୍ୟାବସ୍ଥାରେ କିଛିଟା ସୁଧାର ଆସିଥିଲେ ହେଁ ସେ ଗୁରୁତର ଥିବା କବୀର କହିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories