ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ଦ୍ୱାରା କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ ଉଦଘାଟନ

ମୋହନା : ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରା. ଉଦୟଗିରି ବ୍ଲକ ଅଧିନ ମହେନ୍ଦ୍ରଗଡ଼ ପଞ୍ଚାୟତର କୁଶପଲ୍ଲୀଠାରେ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ରୂପେ ଯୋଗଦେଇ  ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମନ୍ତ୍ରୀ ସାରକା ବିଦ୍ୟାଳୟ ଉଦଘାଟନ ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷାର ବିକାଶ ନିମନ୍ତେ ଅନୁନ୍ନତ ଅଞ୍ଚଳରେ ସହରୀ ଶିକ୍ଷା ପ୍ରଦାନ ନିମନ୍ତେ ଦୁର୍ଗମ ଅଞ୍ଚଳରେ ଗରିବ ଛାତ୍ର ଛାତ୍ରୀମାନଙ୍କ ନିମନ୍ତେ ଏପରି ଏକ ଅନୁଷ୍ଠାନ ପ୍ରତିଷ୍ଠା କରିଥିବା କହିଥିଲେ। ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ  ଅନ୍ୟତମ ଅତିଥି ଭାବେ ଉପସ୍ଥିତ ରହି ଆଦିବାସୀ, ମହିଳା ଏବଂ ଓଡ଼ିଶାର ମହିଳାଙ୍କୁ ଦେଶର ପ୍ରଥମ ନାଗରିକ ରୂପେ ଆସନରେ ବସାଇ ମୁଖ୍ୟମନ୍ତ୍ରୀ ଦେଶର ଟେକ ସହ ଆଦିବାସୀଙ୍କ ଟେକ ରଖି ଲୋକଙ୍କ ମନ ଜିଣିଥିବା ବକ୍ତବ୍ୟରେ କହିଥିଲେ। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ନିର୍ବାଚନ ମଣ୍ଡଳୀ ମୋହନାର ମହେନ୍ଦ୍ରଗଡ଼ ଠାରେ ୧୭ କୋଟି ଟଙ୍କା ବ୍ୟୟରେ କଳିଙ୍ଗ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ, ଏହି ଦୁର୍ଗମ ଅଞ୍ଚଳର ବିକାଶ ହେବାକୁ ହେଲେ ନିହାତି ଶିକ୍ଷାର ବିକାଶ ହେବା ଦରକାର। ରାଜ୍ୟ ସରକାର ଓଡ଼ିଶାରେ ଏହିପରି ୧୦ଟି ବିଦ୍ୟାଳୟ ସ୍ଥାପନ କରୁଥିବା ବେଳେ ସେଥି ମଧ୍ୟରୁ ଗଜପତି ଜିଲ୍ଲାରେ ଗୋଟିଏ ସ୍ଥାପନ କରି ଚଳିତ ଶିକ୍ଷା ବର୍ଷରେ ଶିକ୍ଷା ପ୍ରଦାନ କରାଯାଉଛି । ଉନ୍ନତ ମାନର ଶିକ୍ଷା ନିମନ୍ତେ ବର୍ତ୍ତମାନ ସୁଦ୍ଧା ୬ ଶହ ଛାତ୍ରାବାସ କରି ୬ ଲକ୍ଷ ଛାତ୍ର ଛାତ୍ରୀଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଶିକ୍ଷା ପ୍ରଦାନ କରା
prayash
ଯାଉଛି ବୋଲି ପ୍ରକାଶ କରିଥିଲେ। ଏହି ଉଦଘାଟନ ଉତ୍ସବରେ ଗଜପତି ଜିଲ୍ଲା ପରିଷଦ ଅଧକ୍ଷ ଜି. ତିରୁପତି ରାଓ, ଜିଲ୍ଲା ପରିଷଦ ସଭ୍ୟ ଯମୁନା ଦଳବେହେରା, ସାଂସଦ ପ୍ରତିନିଧି ଜଗବନ୍ଧୁ ଦାସ, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଅନ୍ତର୍ଯ୍ୟାମୀ ଗମାଙ୍ଗ, ସୁନୀଲ ବିଷୋୟୀ, ଭୀମ ପାଇକଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାର ସମସ୍ତ ବ୍ଲକ ଅଧ୍ୟକ୍ଷଙ୍କ ସମେତ ଓଡିଶା ଖଦିବୋର୍ଡ଼ ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତଥିଲେ।
kalyan agarbati

Comments are closed.