www.samajalive.in
Saturday, December 6, 2025
14.1 C
Bhubaneswar

ନିର୍ମାଣଧିନ ଘରୁ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

ବାଲିଗୁଡା: ବାଲିଗୁଡା ଥାନା ପଣସପଡି ଗାଁରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ନିର୍ମାଣଧିନ ଘରୁ ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ବ୍ୟକ୍ତିଙ୍କର ବେକ ଏବଂ ମୁହଁରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ମୃତକ ପଣସପଡି ଗାଁର ସୁଶାନ୍ତ ପୂଜାରୀ ବୋଲି ଜଣାପଡିଛି। ନିଜ ଶଳା ରାମସିଂ ପାତ୍ରଙ୍କ ନିର୍ମାଣଧୀନ ଘରେ ସୁଶାନ୍ତଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ସୁଶାନ୍ତ ରାଜମିସ୍ତ୍ରୀ କାମ କରୁଥିବା ଜଣାପଡିଛି। ସେ ନିଜ ଶଳା ରାମସିଂଙ୍କ ଘର ନିର୍ମାଣ କାମ ବି କରୁଥିଲେ। ରବିବାର ସକାଳେ ଘର ନିର୍ମାଣ କାର୍ଯ୍ୟରେ ନିୟୋଜିତ କିଛି ଶ୍ରମିକ କାମ କରିବା ପାଇଁ ସେହି ଘର ନିକଟକୁ ଆସିବା ପରେ ସୁଶାନ୍ତ ପୂଜାରୀଙ୍କ କ୍ଷତାକ୍ତ ମୃତଦେହ ଦେଖିଥିଲେ। ପରେ ତୁରନ୍ତ ବାଲିଗୁଡା ପୁଲିସକୁ ଖବର ଦେଇଥିଲେ। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ବାଲିଗୁଡି ଥାନା ଅଧିକାରୀ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories