www.samajalive.in
Saturday, December 13, 2025
27.1 C
Bhubaneswar

ତୈଳ ମୂଲ୍ୟ ହ୍ରାସ ରୋକିବା ପାଇଁ ପଦକ୍ଷେପ – କମିବ ୨୦ ନିୟୁତ ବ୍ୟାରେଲ ଉତ୍ପାଦନ

ସମାଜ ପୋର୍ଟାଲ ଡେସ୍କ: ବିଶ୍ଵବ୍ୟାପୀ କରୋନା ମହାମାରୀ ଯୋଗୁ ଦିନକୁ ଦିନ ହ୍ରାସ ପାଉଥିବା ତୈଳ ମୂଲ୍ୟ ରୋକିବା ପାଇଁ ପଦକ୍ଷେପ ସ୍ୱରୂପ ୨୦ ନିୟୁତ ବ୍ୟାରେଲ କମ ତୈଳ ଉତ୍ପାଦନ ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି। ତୈଳ ଉତ୍ପାଦନ ହ୍ରାସ ଘୋଷଣା ପରେ ଆମେରିକାର ଷ୍ଟକ୍ ମାର୍କେଟରେ ବୃଦ୍ଧି ଘଟିଛି। ଏଥି ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ସାଉଦି ଆରବ ଯୁବରାଜ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଅଲ ସୟଦଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ରମ୍ପ ଏହି ଦୁଇ ନେତାଙ୍କ ସହ ଫୋନରେ କଥା ହୋଇଥିଲେ।

- Advertisement -

ତେବେ କରୋନା ସଂକ୍ରମଣ ଯୋଗୁଁ ଦୁନିଆର ଅନେକ ଦେଶରେ ଏବେ ଲକ ଡାଉନ ପରିସ୍ଥିତି ଥିବାରୁ ତେଲର ବ୍ୟବହାର ବହୁତ ହ୍ରାସ ପାଇଛି। ଫଳରେ ଆମେରିକାର ଶକ୍ତି କ୍ଷେତ୍ରରେ ଅସମ୍ଭବ ସଙ୍କଟ ଦେଖାଦେଇଛି ଯାହା ଫଳରେ ହଜାର ହଜାର ଲୋକ ଚାକିରୀ ହରାଇବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଆନ୍ତର୍ଜାତିକ ବଜାରରେ ତେଲର ଚାହିଦା ଏବଂ ଯୋଗାଣ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ଉଦ୍ଦେଶ୍ୟରେ ତୈଳ ଉତ୍ପାଦନକୁ ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି। ଉଭୟ କରୋନା ଏବଂ ସାଉଦି ଆରବ ଓ ରୁଷ ମଧ୍ୟରେ ବିବାଦ ଯୋଗୁ ତୈଳ ଚାହିଦା ହ୍ରାସ ପାଇଥିଲା ଏବଂ ଆନ୍ତର୍ଜାତିକ ତୈଳ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୩୦ ଡଲାରରୁ ତଳକୁ ଖସି ଆସିଥିଲା।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories