www.samajalive.in
Saturday, December 13, 2025
17.1 C
Bhubaneswar

ଆର ପାରିରେ ବିଶିଷ୍ଟ ଶ୍ରମିକ ନେତା ତଥା ସାହିତ୍ୟିକ ସୌରୀବନ୍ଧୁ କର

ସମାଜ ପୋର୍ଟାଲ ଡେସ୍କ: ବିଶିଷ୍ଟ ଶ୍ରମିକ ନେତା, ଏଆଇଟିୟୁସି ସାଧାରଣ ସମ୍ପାଦକ, ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ତଥା ସାହିତ୍ୟ ସାଧକ କମ୍ରେଡ ସୌରୀବନ୍ଧୁ କରଙ୍କର ୭୨ ବର୍ଷ ବୟସରେ ପରଲୋକ ଘଟିଛି। ସେ ସାହିତ୍ୟିକ ବାଉରୀବନ୍ଧୁ କରଙ୍କ ବଡ ଭାଇ ଅଟନ୍ତି। ଭାରତବର୍ଷରେ ଜଣେ ପ୍ରଖ୍ୟାତ ଶ୍ରମିକ ନେତା ହିସାବରେ ସେ ବେଶ ଜଣାଶୁଣା ଥିଲେ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ କବୀରପୁର ନିକଟସ୍ଥ ଖଣ୍ଡିତର ଗାଁରେ ୧୯୪୮ ମସିହା ଏପ୍ରିଲ ୨ରେ ଜନ୍ମ ଗ୍ରହଣ କରିଥିବା ସୌରୀବନ୍ଧୁ ପିଲାଟି ଦିନରୁ ଗରିବ ଓ ସମାଜର ଅବହେଳିତ ବର୍ଗର ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କରିଥିଲେ।

ପିତା ଅନାଥ ବନ୍ଧୁ କର ଓ ମା’ ସୁଭଦ୍ରା କରଙ୍କ ପ୍ରଭାବରେ ସେ ସାହିତ୍ୟର ବିଭିନ୍ନ ବିଭାଗରେ ନିଜର କୃତିତ୍ବ ପ୍ରଦର୍ଶନ କରିଥିଲେ। ସେ ରଚନା କରିଥିବା ଗଳ୍ପ ମଧ୍ୟରେ ପ୍ରଥମା, ମିତ୍ରଭ, ଏକଲବ୍ୟ, ବଉଳର ମହକ, ନରୋତ୍ତମ ଷଡଙ୍ଗୀର ଡାଏରୀ, ଶ୍ରୀମଦ ଭାଗବତ ଗୀତା, ଭୋଳାନାଥ ବାବୁ ଓ ନରିଆ ପାନ ଦୋକାନୀ ଆଦି ଗଳ୍ପ ଅନ୍ୟତମ। ସାମାଜିକ ଓ ଆଧ୍ୟାତ୍ମିକ ଚିନ୍ତାଧାରାରେ ବିଶ୍ୱାସ କରୁଥିବା ସୌରୀବନ୍ଧୁ ଗାନ୍ଧୀ ବିଚାରଧାରା, ବିବେକାନନ୍ଦ ବିଚାରଧାରା, ବେଦାନ୍ତର ସ୍ୱର, ମୋ ଭାଷା ମୋ ସାହିତ୍ୟ, ଗୁଜୁରାଟର ନିଆଁ, ମାନବତାର ଜୁଇ ଓ ଜଗତିକରଣରେ ନିଯୁକ୍ତି ଭଳି କାଳଜୟୀ ପ୍ରବନ୍ଧ ମଧ୍ୟ ରଚନା କରିଥିଲେ। ସେ ରଚନା କରିଥିବା ଜୀବନୀ ପୁସ୍ତକ ମଧ୍ୟରେ ରହିଛି ଶ୍ରୀମା ସାରଦା ଦେବୀ, ସ୍ୱାମୀ ବିବେକାନନ୍ଦ, ହରେକୃଷ୍ଣ ମହତାବ, ବାବା ସାହେବ ଆମ୍ବେଦକର, ପରମହଂସ ଶ୍ରୀ ରାମକୃଷ୍ଣ ଓ ରାଷ୍ଟ୍ର ନିର୍ମାତା ନେହେରୁ। ତାଙ୍କ ଲିଖିତ ଅନୁବାଦ ଗ୍ରନ୍ଥ ମଧ୍ୟରେ ରହିଛି ଇଛାର ନାମ, ଭାଗବତ କଥା, ପ୍ରତିଦ୍ବନ୍ଦୀ ଓ ଗାନ୍ଧୀ ଏକ ଜୀବନ। ସେହିଭଳି ଟଙ୍କା କେଉଁଠି ରଖିବା ଏବଂ ସଞ୍ଚିଲେ ବଞ୍ଚିବା ଭଳି ଶିଶୁ ସାହିତ୍ୟ ମଧ୍ୟ ସେ ରଚନା କରିଛନ୍ତି।

- Advertisement -

ସେ ରାମକୃଷ୍ଣ ମିଶନ, ଓଡିଶା ଲେଖକ ସମବାୟ ସମିତି, ଲେଖକ ସାମୁଖ୍ୟ, ଓଡିଶା ପ୍ରଗତିବାଦୀ ଲେଖକ ସଂଘ ଏବଂ ଓଡିଶା ସାହିତ୍ୟ ଏକାଡେମୀ ଭଳି ଅନେକ ସାହିତ୍ୟ ଓ ସାଂସ୍କୃତିକ ସଂଗଠନର କର୍ମକର୍ତ୍ତା ଭାବେ ବହୁ ବର୍ଷ ଧରି କାର୍ଯ୍ୟ ତୁଲାଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories