ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପରଲୋକ। ଜଣେ ରତ୍ନଙ୍କୁ ହରାଇଛି ଭାରତ । ୮୬ ବର୍ଷ ବୟସରେ ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ କୋଲାବାସ୍ଥିତ ବାସଭବନରେ ତାଙ୍କର ମର ଶରୀରକୁ ରଖାଯାଇଛି। ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଏନସିପିଏରେ ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷ ଶେଷ ଦର୍ଶନ କରିବେ। ରତନ ଟାଟାଙ୍କ ବିୟୋଗରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ , ଗୃହମନ୍ତ୍ରୀ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ଟାଟା ଗ୍ରୁପକୁ ଶୀର୍ଷ ସ୍ତାନରେ ପହଞ୍ଚାଇବାରେ ତାଙ୍କର ପ୍ରମୂଖ ଭୂମିକା ଥିଲା। ୧୯୯୧ ମସିହାରୁ ୨୦୧୨ ମସିହା ଯାଏଁ ସେ ଥିଲେ ଟାଟା ଗ୍ରୁପର ଅଧ୍ୟକ୍ଷ। ୧୯୯୮ ମସିହାରେ ସେତେବେଳେ ଦେଶର ସବୁଠୁ ଛୋଟ ଗାଡି ଟାଟା ଇଣ୍ଡିକା ସେ ଭେଟି ଦେଇଥିଲେ। ପରେ ୨୦୦୮ ମସିହାରେ ଲକ୍ଷେ ଟଙ୍କାରେ ନାନୋ ଭଳି ବିଶ୍ଵର ସବୁଠୁ ଶସ୍ତା କାର୍ ସେ ଭେଟି ଦେଇଥିଲେ। ୨୦୦୮ରେ ଜାଗୁଆର-ଲ୍ୟାଣ୍ଡ ରୋଭରକୁ ଅକ୍ତିଆର କରିଥିଲା ଟାଟା। ଅନେକ ସମାଜସେବା କାର୍ଯ୍ୟରେ ମଧ୍ୟ ସେ ଜଡିତ ଥିଲେ। ୨୦୦୮ ମସିହାରେ ସେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ ହୋଇଥିଲେ। ଅନ୍ୟପଟେ ରତନ ଟାଟାଙ୍କ ବିୟୋଗରେ ଝାଡଖଣ୍ଡ ସରକାରଙ୍କ ପକ୍ଷରୁ ଦିନିକିଆ ଛୁଟି ଘୋଷଣା କରାଯାଇଛି।
Popular Categories



