www.samajalive.in
Saturday, December 6, 2025
23.1 C
Bhubaneswar

ଇଣ୍ଡୋନେସିଆ ରାଷ୍ଟ୍ରପତି ଭାବେ କ୍ରମାଗତ ଦ୍ୱିତୀୟ ଥର ନିର୍ବାଚିତ ହେଲେ ଜୋକୋ ୱିଡୋଡୋ

ଜାକାର୍ତା : ଇଣ୍ଡୋନେସିଆ ରାଷ୍ଟ୍ରପତି ନିର୍ବାଚନରେ କ୍ରମାଗତ ଦ୍ୱିତୀୟ ଥର ଜୋକେ ୱିଡୋଡୋ ବିଜୟୀ ହୋଇଛନ୍ତି। ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନରେ ଇଣ୍ଡୋନେସିଆ ପାର୍ଟି ଅଫ ଷ୍ଟ୍ରଗଲର ସଦସ୍ୟ ୱିଡୋଡୋ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସାବୁୟାଁତୋଙ୍କୁ ପରାସ୍ତ କରିଛନ୍ତି। ଅପରପକ୍ଷରେ ପରାଜିତ ପ୍ରାର୍ଥୀ ସାବୁୟାଁତୋ ନିର୍ବାଚନରେ ହେରଫେରର ଅଭିଯୋଗ ଆଣିଛନ୍ତି। ସେ ନିର୍ବାଚନ ଫଳାଫଳ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ପ୍ରକାଶ କରିଛନ୍ତି। ଭାରତ ଓ ଆମେରିକା ପରେ ଇଣ୍ଡୋନେସିଆ ହେଉଛି ବିଶ୍ୱର ତୃତୀୟ ବଡ଼ ଗଣତାନ୍ତ୍ରିକ ଦେଶ।
୧୭ ଅପ୍ରେଲରେ ଅନୁଷ୍ଠିତ ନିର୍ବାଚନର ଫଳାଫଳ ଘୋଷଣା ବୁଧବାର ହେବାର ଥିଲା। ମାତ୍ର ହିଂସା ଏବଂ ବିରୋଧ ପ୍ରଦର୍ଶନ ଆଶଙ୍କାରେ ନିର୍ବାଚନ ଆୟୋଗ ଗୋଟିଏ ଦିନ ପୂର୍ବରୁ ଅର୍ଥାତ ମଙ୍ଗଳବାର ନିର୍ବାଚନ ପରିଣାମ ପ୍ରକାଶ କରିଛନ୍ତି। ନିର୍ବାଚନ ଆୟୋଗ ଏଥିପାଇଁ ଆଗୁଆ ନୋଟିସ୍‍ ଜାରି କରିଥିଲେ। ୨୦୧୪ ରାଷ୍ଟ୍ରପତି ନିର୍ବାଚନରେ ସାବୁୟାଁତୋ ୱିଡୋଡୋଙ୍କ ନିକଟରୁ ପରାସ୍ତ ହୋଇଥିଲେ। ଇଣ୍ଡୋନେସିଆରେ ୧୯ କୋଟିରୁ ଅଧିକ ଭୋଟର ଅଛନ୍ତି। ଏହି ନିର୍ବାଚନରେ ୨ ଲକ୍ଷ ୪୫ ହଜାର ଲୋକ ବିଭିନ୍ନ ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ। ନିର୍ବାଚନ ଫଳ ଘୋଷଣା ପରେ ହିଂସା ଆଶଙ୍କାରେ ରାଜଧାନୀ ଜାକାର୍ତାରେ ୩୨ ହଜାର ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁଲିସ୍‍ ଆଇଏସ୍‍ ଆତଙ୍କବାଦୀ ସମେତ କେତେକ ସନ୍ଦିଗ୍ଧ ଲୋକଙ୍କୁ ଗିରଫ କରିଛି।
ପ୍ରକାଶଯୋଗ୍ୟ ଯେ ୨୦୧୮ରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆ ଗସ୍ତରେ ଯାଇଥିଲେ। ଏହି ଅବସରରେ ମୋଦୀ ଏବଂ ୱିଡୋଡୋ ରାମାୟଣ-ମହାଭାରତ ଶୀର୍ଷକରେ ଆୟୋଜିତ ଗୁଡ଼ି ଉଡ଼ା ପ୍ରଦର୍ଶନୀରେ ଭାଗ ନେଇଥିଲେ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories