www.samajalive.in
Friday, December 5, 2025
20.1 C
Bhubaneswar

ଜାଣନ୍ତୁ, ଭିନ୍ନ ଭିନ୍ନ ଋତୁରେ ମୁହଁର ଯତ୍ନ କିପରି ନେବେ

ଝିଅମାନେ ନିଜ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇ ପ୍ରାୟତଃ ସର୍ବଦା ଚିନ୍ତିତ ରୁହନ୍ତି। କାରଣ ଋତୁ ବଦଳିବା ସଙ୍ଗେ ସଙ୍ଗେ ମୁହଁରେ ଅନେକ ପ୍ରକାର ସମସ୍ୟା ଦେଖା ଦେଇଥାଏ। ମୁହଁର ସୌନ୍ଦର୍ଯ୍ୟ ବଜାୟ ରଖିବା ଜରୁରୀ ଅଟେ। ଆସନ୍ତୁ ଜାଣିବା ସବୁ ଋତୁରେ ମୁହଁର ଯତ୍ନ କିପରି ନେବା ଉଚିତ୍ ..
ଆପଣଙ୍କ ଜୀବନଶୈଳୀ ଓ ଖାଇବାପିଇବା ଆପଣଙ୍କ ମୁହଁକୁ ଅନେକ ମାତ୍ରାରେ ପ୍ରଭାବିତ କରିଥାଏ।

ଫାଷ୍ଟଫୁଡ ଆପଣଙ୍କ ମୁହଁର ଚମକ ନଷ୍ଟ କରିଦିଏ। ଖାଇବାପିଇବାରେ ବିଶେଷ ଧ୍ୟାନ ଦିଅନ୍ତୁ।

- Advertisement -

ଚମକ ବଜାୟ ରଖିବା ପାଇଁ ପ୍ରତିଦିନ ଠିକ ରୂପେ ମୁହଁକୁ ଭଲ ଭାବେ ସଫା କରନ୍ତୁ। ଖରାରେ ବାହାରକୁ ବାହାରିଲା ବେଳେ ମୁହଁରେ ସନସ୍କ୍ରିନ ଲୋଶନ ଲଗାନ୍ତୁ। ସବୁ ପ୍ରକାର ପନିପରିବା ଖାଆନ୍ତୁ।

ଚମକ ବଢ଼ାଇବା ପାଇଁ ଆପଣ ଫେସିଆଲ ମଧ୍ୟ କରିପାରିବେ। କିନ୍ତୁ କମ୍ ବୟସର ଝିଅମାନେ ଫେସିଆଲ କରିବା ଅନୁଚିତ। କାରଣ ଏହା ସେମାନଙ୍କ ମୁହଁରେ ସମସ୍ୟା ସୃଷ୍ଟି କରାଇଥାଏ।

ଗୋଟେ ଚାମଚ ମହୁରେ ଗୋଟେ ଚାମଚ ପାଣି ମିଶାଇ ମୁହଁ ଓ ବେକରେ ଲଗାନ୍ତୁ। ତାହା ଶୁଖି ଗଲା ପରେ ଭଲ ଭାବରେ ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ବାରା ମୁହଁରେ ଥିବା ଧୂଳି ବାହାରି ଯିବ।

ଡ଼େରିରେ ଶୋଇଲେ ମୁହଁରେ ଅନେକ ଦାଗ ହୋଇଥାଏ, ତେଣୁ ରାତିରେ ଶୀଘ୍ର ଶୋଇବା ଉଚିତ।

ତିନୋଟି ବାଦାମ କ୍ଷୀରରେ ପକାଇ ଭିଜାଇ ଦିଅନ୍ତୁ। ବାଦାମ ଫୁଲିଗଲା ପରେ ତାକୁ ଭଲ ଭାବରେ ପେଶି ରାତିରେ ଶୋଇବା ପୂର୍ବରୁ ମୁହଁରେ ଲଗାନ୍ତୁ। ସକାଳେ ଉଠି ମୁହଁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ମୁହଁର ଚମକ ବୃଦ୍ଧି ପାଇଥାଏ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories