www.samajalive.in
Sunday, December 7, 2025
16.1 C
Bhubaneswar

ସୀମା ବିବାଦକୁ ନେଇ ରାଜନାଥଙ୍କ ବିବୃତ୍ତି : ଭାରତ ଯେକୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ : ଆଜି ସଂସଦର ମୌସୁମୀ ଅଧିବେଶନର ଚତୁର୍ଥ ଦିନ। ଭାରତ-ଚୀନ୍ ସୀମା ବିବାଦକୁ ନେଇ ଲୋକସଭା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ରାଜ୍ୟସଭାରେ  ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଚୀନ୍ ଏଲଏସି (ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ)ରେ ବିଶ୍ବାସ କରେ ନାହିଁ ଏବଂ ସ୍ଥିତି ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛି। ସେ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ହୋଇଥିବା ରାଜିନାମାକୁ ଚୀନ୍ ଅଣଦେଖା କରୁଛି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଚୀନ୍ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଆମର ସୈନ୍ୟମାନେ ‘ସଂଜମ’ ବଜାୟ ରଖିଥିଲେ ଏବଂ ଭାରତର ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବା ପାଇଁ ‘ଶୌର୍ଯ୍ୟ’ ମଧ୍ୟ ପ୍ରଦର୍ଶନ କରିଥିଲେ। ସେ କହିଛନ୍ତି ଯେ ସୀମାରେ ଚୀନ୍ ଦ୍ବାରା ସୈନ୍ୟ ଠୁଳ କରିବା ୧୯୯୩ ଏବଂ ୧୯୯୬ରେ ହୋଇଥିବା ରାଜିନାମାର ବିରୁଦ୍ଧାଚରଣ କରୁଛି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଭାରତ ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଆମେ କୌଣସି ପରିସ୍ଥିତିରେ ଦେଶକୁ ମୁଣ୍ଡ ନୁଆଁଇବାକୁ ଦେବୁ ନାହିଁ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଚୀନ୍ ଦୁଇ ଦେଶ ମଧ୍ୟରେ ହୋଇଥିବା ରାଜିନାମାକୁ ଅଣଦେଖା କରୁଛି। ଚୀନ ଏଲଏସିକୁ ଗ୍ରହଣ କରୁନାହିଁ। ଆମେ ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି। ଜୁନ୍ ୧୫ରେ, କର୍ଣ୍ଣେଲ ସନ୍ତୋଷ ବାବୁ, ତାଙ୍କର ୧୯ ସାହସୀ ସୈନିକ, ଭାରତର ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବା ଉଦ୍ଦେଶ୍ୟରେ ଗାଲୱାନ ଉପତ୍ୟକାରେ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ଆମ ପ୍ରଧାନମନ୍ତ୍ରୀ ନିଜେ ଲଦାଖକୁ ଯାଇ ସେନାର ମନୋବଳ ବୃଦ୍ଧି କରିଥିଲେ ବୋଲି ସେ କହିଛନ୍ତି।

- Advertisement -

କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ପ୍ରାୟ ୩୮,୦୦୦ ବର୍ଗ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳରେ ଚୀନ୍‌ର ବେଆଇନ ଦଖଲ ଜାରି ରହିଛି।  ୧୯୬୩ର ତଥାକଥିତ ସିନୋ-ପାକିସ୍ଥାନ ‘ସୀମା ରାଜିନାମା’ ଅନୁଯାୟୀ ପାକିସ୍ତାନ ପିଓକେରୁ ଚୀନ୍ ପର୍ଯ୍ୟନ୍ତ ଭାରତୀୟ ଅଞ୍ଚଳରେ ଏକ ଲକ୍ଷ ୮୦ ହଜାର ବର୍ଗ କିଲୋମିଟର ବେଆଇନ ଭାବେ ଦଖଲ କରିଛି। ଚୀନ୍ ମଧ୍ୟ ଅରୁଣାଚଳ ପ୍ରଦେଶର ଭାରତ-ଚୀନ୍ ସୀମାର ପୂର୍ବ ଅଞ୍ଚଳରେ ପ୍ରାୟ ୯୦,୦୦୦ ବର୍ଗ କିଲୋମିଟର ଭାରତୀୟ ଅଞ୍ଚଳକୁ ନିଜର ବୋଲି ଦାବି କରିଛି। ଏହି ଘଟଣାଗୁଡ଼ିକରେ ଆମର ସଶସ୍ତ୍ର ବାହିନୀର ଆଚରଣ ଦର୍ଶାଉଛି ଯେ, ସେମାନେ ଉତ୍ତେଜନାମୂଳକ କାର୍ଯ୍ୟକଳାପ ମଧ୍ୟରେ ସଂଜମ ଆଚରଣ କରିଛନ୍ତି ଏବଂ ଭାରତର ଅଖଣ୍ଡତା ରକ୍ଷା କରିବା ପାଇଁ ଧୈର୍ଯ୍ୟ ଓ ‘ଶୌର୍ଯ୍ୟ ‘ମଧ୍ୟ ପ୍ରଦର୍ଶନ କରିଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।

ଏଲଏସିର ସମ୍ମାନ ଏବଂ କଡାକଡି ଯାଞ୍ଚ ହେଉଛି ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତାର ମୂଳ ଆଧାର। ଆମର ସଶସ୍ତ୍ର ବାହିନୀ ଏହାକୁ ସ୍ପଷ୍ଟ ଭାବେ ଅନୁସରଣ କରିଥିବାବେଳେ ଚୀନ୍ ପକ୍ଷରୁ ତାହା କରାଯାଉ ନାହିଁ।  ବିଗତ କିଛି ବର୍ଷ ମଧ୍ୟରେ ଚୀନ ସୀମାବର୍ତ୍ତୀ ଅଞ୍ଚଳରେ ନିଜର ସୈନ୍ୟ କ୍ଷମତା ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକଳାପ କରିଚାଲିଛି । ଆମ ସରକାର ମଧ୍ୟ ସୀମାନ୍ତ ଅଞ୍ଚଳରେ ଭିତ୍ତିଭୂମି ବିକାଶ ପାଇଁ ବଜେଟକୁ ଦ୍ୱିଗୁଣିତ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories