www.samajalive.in
Friday, December 12, 2025
14.1 C
Bhubaneswar

ସ୍ୱାସ୍ଥ୍ୟ ଓ ଭେଷଜ କ୍ଷେତ୍ରରେ ସହଯୋଗ ନେଇ ଭାରତ-କାମ୍ବୋଡିଆ ମଧ୍ୟରେ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ-କାମ୍ବୋଡିଆ ମଧ୍ୟରେ ସ୍ୱାସ୍ଥ୍ୟ ଓ ଭେଷଜ ବିଜ୍ଞାନ କ୍ଷେତ୍ରରେ ବୁଝାମଣାପତ୍ର ସ୍ଵାକ୍ଷରକୁ ଅନୁମୋଦନ ମିଳିଛି। ଏହି ଦ୍ଵିପାକ୍ଷିକ ବୁଝାମଣାପତ୍ର ଅନୁଯାୟୀ ଦୁଇ ଦେଶ ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ବିକାଶ ହୋଇପାରିବ। ଏହି ଦ୍ଵିପାକ୍ଷିକ ରାଜିନାମା ଭାରତ ଓ କାମ୍ବୋଡିଆର ସଂପର୍କକୁ ମଜବୁତ କରିବ। ଏହା ସ୍ଵାକ୍ଷରିତ ହେବ ସେହିଦିନଠାରୁ ୫ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଦୁଇ ସରକାରଙ୍କ ମଧ୍ୟରେ ସହଯୋଗର ମୁଖ୍ୟ କ୍ଷେତ୍ର ହେଉଛି ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ପରିବାର ନିୟନ୍ତ୍ରଣ, ଏଚଆଇଭି/ଏଡସ ଏବଂ ଟିବି, ଡ୍ରଗ ଏବଂ ଫାର୍ମାସ୍ୟୁଟିକାଲ, ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର, ଜନସ୍ୱାସ୍ଥ୍ୟ ଏବଂ ସଂକ୍ରାମକ ବ୍ୟାଧି, ରୋଗ ନିୟନ୍ତ୍ରଣ ଏବଂ ଭେଷଜ ଗବେଷଣା ଓ ବିକାଶ।

- Advertisement -

ଏହି ଏମଓୟୁରେ ଡାକ୍ତରୀ ଶିକ୍ଷା, ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍ୱାସ୍ଥ୍ୟ ମାନବ ବିକାଶ, କ୍ଲିନିକାଲ, ପାରା-କ୍ଲିନିକାଲ ଏବଂ ମ୍ୟାନେଜମେଣ୍ଟ କୌଶଳ ତାଲିମ ଏବଂ ଅନ୍ୟାନ୍ୟ ସହଯୋଗ କ୍ଷେତ୍ର ମଧ୍ୟ ଅନ୍ତର୍ଭୂକ୍ତ ହେବ ଯାହା କାମ୍ବୋଡିଆର ନ୍ୟାସନାଲ ଏଥିକ୍ସ କମିଟି ଏବଂ ଭାରତର ଏଥିକ୍ସ କମିଟିର ଅନୁମୋଦନକ୍ରମେ କରାଯିବ।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories