BJD Bijuli 480×75 Mob

ଅଳ୍ପକେ ବର୍ତ୍ତିଲେ ୭୨ ବିମାନ ଯାତ୍ରୀ

BJD Bijuli 480×75 Mob
0

ହାଇଦରାବାଦ : ବୁଧବାର ରାତିରେ ହାଇଦରାବାଦ ବିମାନବନ୍ଦରରେ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନର ଚକା ଫାଟିବା ସହ ନିଆଁ ଲାଗିଯାଇଥିବା ଜଣାପଡିଛି। ୭୨ ଜଣ ଯାତ୍ରୀଙ୍କୁ ନେଇ ତିରୁପତିରୁ ଆସିଥିବା ଏହି ବିମାନ ଅବତରଣ କରିବାକୁ ଯାଉଥିବାବେଳେ ଏହାର ଗୋଟିଏ ଚକ ଫାଟିଯିବା ସହ ସେଥିରେ ନିଆଁ ଲାଗିଯାଇଥିଲା। ଫଳରେ ବିମାନଟି ରନୱେ ଉପରେ ଅଟକି ଯାଇଥିଲା। ଦମକଳବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡିଛି। ପ୍ରାୟ ଏକ ଘଣ୍ଟା ପରେ ବିମାନରୁ ସବୁ ଯାତ୍ରୀଙ୍କୁ ସୁରକ୍ଷିତଭାବେ ବାହାରକୁ ଅଣାଯାଇଥିଲା। ଦୁର୍ଘଟଣା ଯୋଗୁଁ ଦୁଇ ଘଣ୍ଟା ଧରି ଉକ୍ତ ରନୱେକୁ ବନ୍ଦ ରଖାଯାଇଥିଲା।

Leave A Reply