www.samajalive.in
Saturday, December 6, 2025
14.1 C
Bhubaneswar

ଗଗନଯାନ ଅଭିଯାନ ପାଇଁ ୧୦ହଜାର କୋଟି ଟଙ୍କାର ବଜେଟ୍‍

ନୂଆଦିଲ୍ଲୀ : ଭାରତର ପ୍ରଥମ ମାନବବାହୀ ଗଗନଯାନ ଅଭିଯାନ ପାଇଁ କେନ୍ଦ୍ର କ୍ୟାବିନେଟ୍‍ ବୁଧବାର ୧୦ ହଜାର କୋଟି ଟଙ୍କାର ବଜେଟ୍‍କୁ ଅନୁମୋଦନ ପ୍ରଦାନ କରିଛି। କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ସୂଚନା ଦେବା ସହ କହିଛନ୍ତି ଯେ ୩ ଜଣ ମହାକାଶଚାରୀଙ୍କୁ ୭ ଦିନ ପାଇଁ ମହାକାଶକୁ ପଠାଯିବ। ଏହା ପୂର୍ବରୁ ୧୯୮୪ରେ ପ୍ରଥମ ଭାରତୀୟ ଭାବେ ରାକେଶ ଶର୍ମା ମହାକାଶ ଯାତ୍ରା କରିଥିଲେ। ହେଲେ ଏହା ରୁଷର ଅଭିଯାନ ଥିଲା।
ପ୍ରକାଶଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ସ୍ୱାଧୀନତା ଦିବସ ଭାଷଣରେ ଏହି ଅଭିଯାନର ଘୋଷଣା କରିଥିଲେ। ୨୦୨୨ରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଥମ ଥର ଭାରତ ମହାକାଶକୁ ମହାକାଶଚାରୀ ପଠାଇବ ବୋଲି ସେ ଘୋଷଣା କରିଥିଲେ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଅଧ୍ୟକ୍ଷ କେ ଶିବନ୍‍ କହିଛନ୍ତି ଯେ ଗଗନଯାନ ପାଇଁ ଢାଞ୍ଚା ଓ ଯୋଜନା ପ୍ରସ୍ତୁତ ହୋଇ ସାରିଛି। ଏବେ ଆମେ କ୍ଷମତାର ଆକଳନ କରୁଛୁ। ସମ୍ପୂର୍ଣ୍ଣ ରୂପେ ସ୍ୱଦେଶୀ ଜ୍ଞାନକୌଶଳରେ ମହାକାଶଯାନ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଇସ୍ରୋ ଗଗନଯାନ ଅଭିଯାନ ପାଇଁ ଆନ୍ଧପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ ଗବେଷଣା ସଂସ୍ଥା ରକେର୍ଟ ଜିଏସ୍‍ଏଲଭି ମାର୍କ-୩ ସ୍ଥାପନ କରିବାକୁ ଚାହୁଁଛି। ଏହା ଜରିଆରେ ୩ ଜଣ ମହାକାଶଯାତ୍ରୀଙ୍କୁ ମହାକାଶକୁ ପଠାଯିବ। ଆସନ୍ତା ୪୦ ମାସ ମଧ୍ୟରେ ଏହି ଯୋଜନାକୁ ପୂର୍ଣ୍ଣ ରୂପ ରେଖ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ମହାକାଶକୁ ୨ଟି ମାନବ ବିହୀନ ମହାକାଶଯାନ ପଠାଯିବ। ଏହାପରେ ମାନବାହୀ ମହାକାଶଯାନ ପଠାଇବାକୁ ଯୋଜନା ରହିଛି।

- Advertisement -

ମହାକାଶ ଯାତ୍ରାର ବିଶେଷ ବିବରଣୀ
– ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏପର୍ଯ୍ୟନ୍ତ ୫୬୧ଜଣ ଲୋକ ମହାକାଶ ଯାତ୍ରା କରି ସାରିଛନ୍ତି।
– ମହାକାଶକୁ ଯାଇଥିବା ପ୍ରଥମ ସୋଭିଏତ୍ ମାନବ ୧ ଅପ୍ରିଲ ୧୯୬୧ରେ ୧୦୮ମିନିଟ ରହିଥିଲେ।
– ପ୍ରଥମ ଆମେରିକୀୟ ୫ ମାର୍ଚ୍ଚ ୧୯୬୧ରେ ମହାକାଶ ଯାତ୍ରା କରିଥିଲେ। ସେଠାରେ ୧୫ମିନିଟ ପର୍ଯ୍ୟନ୍ତ ରହିଥିଲେ।
– ପ୍ରଥମ ମହିଳା ମହାକାଶ ଯାତ୍ରୀ ହେଉଛନ୍ତି ସୋଭିଏତ୍‍ ରୁଷର ବଲେନିତା ବ୍ଲାଦିମିରୋବାନା। ସେ ୧୯୬୩, ଜୁନ ୧୬ରେ ମହାକାଶ ଯାତ୍ରା କରିଥିଲେ।
– ସବୁଠାରୁ ବୟସ୍କ ମହାକାଶ ଯାତ୍ରୀ ୭୭ବର୍ଷିୟ ଜନ ଗ୍ଲେନ୍‍। ସେ ମହାକାଶ ଯାନ ଡିସକଭରୀରେ ଯାତ୍ରା କରିଥିଲେ।
– ଶ୍ରବପ୍ରଥାମେ ୧୯୬୫, ମାର୍ଚ୍ଚ ୧୮ରେ ମହାକାଶରେ ପାଦରଖିଥିଲେ ସୋଭିଏତର ଅଲାକ୍ସି ଲୋବୋନାବା।
– ପ୍ରଥମ ମହାକାଶ ପର୍ଯ୍ୟଟକ ଡେନିସ ଟିଟୋ ୨୦୦୧ରେ ରୁଷିୟ ରକେଟରେ ପହଞ୍ଚିଥିଲେ। ଏହି ଯାତ୍ରା ପାଇଁ ୨କୋଟି ଡଲାର ଖର୍ଚ୍ଛ ହୋଇଥିଲା।
– ମହାକାଶରୁ ପ୍ରତ୍ୟାବର୍ତ୍ତନ ସମୟରେ ଫେବୃଆରୀ ୧ରେ କଳ୍କନା ଚାୱଲାଙ୍କ ସମେତ ଯାନରେ ଥିବା ଅନ୍ୟ ସଦଶ୍ୟ ମାନଙ୍କର ମୃତ୍ୟୁ ହୋଇଥିଲା।
– ପ୍ରଥମ ଚୀନର ମାନବ ମିଶନ ୨୦୦୩ ଅକ୍ଟୋବର ୧୫ରେ ମହାକାଶକୁ ପ୍ରେରଣ କରାଯାଇଥିଲା। ଯେଉଁଥିରେ ଲିବେଲ ସେନଝୁଓ ଥିଲେ।
– ୧୫ଅଗଷ୍ଟ ୨୦୧୮ରେ ମୋଦୀ ପ୍ରଥମ ଭାରତୀୟ ମାନବ ମିଶନର ଘୋଷଣା କରିଥିଲେ। ମାନବ ବାହୀ ମହାକାଶ ଯାନ ‘ଗଗନଯାନ’କୁ ୨୦୨୨ରେ ପ୍ରେରଣ କରାଯିବ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories