www.samajalive.in
Saturday, December 6, 2025
16.1 C
Bhubaneswar

କର୍ଣ୍ଣାଟକରେ ହେବ ଦେଶର ପ୍ରଥମ ଇଭି ବ୍ୟାଟେରୀ କାରଖାନା : ଚୀନରୁ ବନ୍ଦ ହେବ ଆମଦାନୀ

ବେଙ୍ଗାଲୁରୁ: ଦେଶରେ ସ୍ଥାପନ ହେବ ଇଲେକଟ୍ରିକ ଭେଇକଲ (ଇଭି)ରେ ବ୍ୟବହାର ହେଉଥିବା ବ୍ୟାଟେରୀ ତିଆରି କାରଖାନା। ଦେଶରେ ଏଭଳି କାରଖାନା ପ୍ରଥମ ଥର ପାଇଁ ସ୍ଥାପନ ହେଉଛି। କର୍ଣ୍ଣାଟକରେ ସ୍ଥାପିତ ହେବାକୁ ଯାଉଛି ଏହି କାରଖାନା। ଏହାଦ୍ୱାରା ଇଭି ବ୍ୟାଟେରୀ ପାଇଁ ଭାରତକୁ ଆଉ ଚୀନ ଉପରେ ନିର୍ଭର କରିବାକୁ ପଡିବ ନାହିଁ।
ପ୍ରାପ୍ତ ସୂଚନା ଅନୁଯାୟୀ ଦେଶର ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ ସଜ୍ଜନ ଜିନ୍ଦଲଙ୍କ ଜ୍ୱାଇଁ ତଥା ଉଦ୍ୟୋଗପତି ବିକ୍ରମ ହାଣ୍ଡା ଏହି କାରଖାନା ସ୍ଥାପନ କରୁଛନ୍ତି। ଏଠାରେ କୋଲ୍‍ତାରକୁ ଗ୍ରାଫାଇଟ ଆନୋଡରେ ରୂପାନ୍ତରିତ କରାଯାଇ ତାହାକୁ ଇଭି ବ୍ୟାଟେରୀ ନିମନ୍ତେ ବ୍ୟବହାର କରାଯିବ। ଏହାଦ୍ୱାରା ଇଭି ବ୍ୟାଟେରୀ ଉତ୍ପାଦନ କ୍ଷେତ୍ରରେ ଚୀନର ଥିବା ଏକଚାଟିଆ କାରବାରରେ ପରିସମାପ୍ତି ଘଟିବ। ବିକ୍ରମ ହାଣ୍ଡା ଏପସିଲନ ଆଡଭାନ୍ସଡ ମ୍ୟାଟେରିଆଲ୍ସ ପ୍ରାଇଭେଟ ଲିମିଟେଡ ନାମରେ ଏକ କମ୍ପାନୀ କର୍ଣ୍ଣାଟକର ଦକ୍ଷିଣାଞ୍ଚଳରେ ସ୍ଥାପନ କରିଛନ୍ତି। ସେଠାରେ ଭାରତର ପ୍ରଥମ ଲିଥିୟମ ଆୟନ ବ୍ୟାଟେରୀ ଉପକରଣ ତିଆରି କରାଯାଉଛି। ସଜ୍ଜନ ଜିନ୍ଦଲଙ୍କ ଇସ୍ପାତ କାରଖାନାରୁ କଞ୍ଚାମାଲ ନେଇ ଏହିସବୁ ଉପକରଣ ତିଆରି ହେଉଛି। ଏବେ ହାଣ୍ଡା ଉକ୍ତ କାରଖାନାରେ ପ୍ରାୟ ୬୦୦୦ କୋଟି ଟଙ୍କା ନିବେଶରେ ୧ଲକ୍ଷ ଟନ୍‍ ସିନ୍ଥେଟିକ ଗ୍ରାଫାଇଟ ଆନୋଡ ୨୦୩୦ ସୁଦ୍ଧା ଉତ୍ପାଦନ ଲକ୍ଷ୍ୟ ରଖିଛନ୍ତି। ଏହା ସମୁଦାୟ ବିଶ୍ୱରେ ସଂପ୍ରତି ରହିଥିବା ଇଭି ବ୍ୟାଟେରୀ ଚାହିଦାର ପ୍ରାୟ ୧୦% ବୋଲି ଜଣାଯାଇଛି।
ହାଣ୍ଡା କହିଛନ୍ତି, ଭାରତରେ ସ୍ୱଦେଶୀ ସ୍ତରରେ ଇଲେକଟ୍ରିକ ଭେଇକଲ ବ୍ୟାଟେରୀ ଉତ୍ପାଦନର ବିପୁଳ ସୁଯୋଗ ରହିଛି। କାରଣ ଦେଶରେ ଆଲୁମିନିୟମ, ତମ୍ବା, ଇଲେକଟ୍ରୋଲାଇଟ୍ସ ଓ ନିକେଲ ଭଳି କଞ୍ଚାମାଲର ଅଭାବ ନାହିଁ। ତାହାଛଡା ଭାରତ ଯାନବାହନର ଏକ ବିଶାଳ ବଜାର। ଇତିମଧ୍ୟରେ ଅନେକ ଯାନବାହନ ନିର୍ମାତା ଇଭି ଉତ୍ପାଦନ ଆରମ୍ଭ କରିସାରିଲେଣି ଏବଂ ଆଉ କେତେକ କରିବାକୁ ଯାଉଛନ୍ତି। ଚୀନରୁ ବ୍ୟାଟେରୀ ଆମଦାନୀ ବାବଦରେ ବିପୁଳ ଖର୍ଚ୍ଚ କରିବାକୁ ପଡୁଥିବାବେଳେ ସ୍ୱଦେଶରେ ଏହା କରାଯିବା ଦ୍ୱାରା ତାହା ତୁଳନାତ୍ମକ ଭାବେ କମ୍‍ ରହିବ ଏବଂ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

 

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories