www.samajalive.in
Saturday, December 6, 2025
15.1 C
Bhubaneswar

ଭ୍ରମଣ ପାଇଁ ଆଗ୍ରହ ଦେଖାଉଛନ୍ତି ଜନସାଧାରଣ: ସୁରକ୍ଷା ହୋଇଛି ମୁଖ୍ୟ ପ୍ରସଙ୍ଗ

ନୂଆଦିଲ୍ଲୀ: ପାଖାପାଖି ଏକବର୍ଷରୁ ଅଧିକ କାଳ ଧରି କୋଭିଡ-୧୯ ସଂକ୍ରମଣ କାରଣରୁ ସମୁଦାୟ ପର୍ଯ୍ୟଟନ ଶିଳ୍ପ ଗୁରୁତର ପ୍ରଭାବିତ ହୋଇଛି। ଏହାଫଳରେ ଏହି ଶିଳ୍ପ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସଂପୃକ୍ତ କୋଟି କୋଟି ଲୋକ ସେମାନଙ୍କର ଜୀବିକା ହରାଇଛନ୍ତି। ହୋଟେଲ, ଟ୍ରାଭେଲ୍ସ ଆଦି ପରିଚାଳନା କରୁଥିବା ବ୍ୟକ୍ତିବିଶେଷ ସେମାନଙ୍କ ସଂସ୍ଥା ବନ୍ଦ କରିଦେଇଥିବାବେଳେ ସେମାନେ ଦୈନନ୍ଦିନ ସର୍ବନିମ୍ନ ରକ୍ଷଣାବେକ୍ଷଣ ଖର୍ଚ୍ଚ ବହନ କରିବାକୁ ସମର୍ଥ ହୋଇପାରୁନାହାନ୍ତି। ଏଭଳି ପରିସ୍ଥିତିରେ କୋଭିଡ-୧୯ର ଦ୍ୱିତୀୟ ଲହର ପ୍ରଭାବ ହ୍ରାସପାଇବା ସହିତ ଟିକାକରଣ ଅଭିଯାନ ତ୍ୱରାନ୍ୱିତ ହୋଇଥିବାବେଳେ ଭାରତୀୟମାନେ ଭ୍ରମଣ ଚିନ୍ତାଧାରାକୁ ନେଇ ସକାରାତ୍ମକ ଭାବନା ପରିପ୍ରକାଶ କରୁଛନ୍ତି। ତେବେ ସ୍ୱାସ୍ଥ୍ୟ/ ଶରୀର ରକ୍ଷା ସମ୍ପର୍କିତ ଚିନ୍ତା ଏବଂ କୋଭିଡ ସମ୍ପର୍କିତ ନିର୍ଦ୍ଦେଶାବଳୀରେ ଲଗାତର ପରିବର୍ତ୍ତନ କାରଣରୁ ଏ କ୍ଷେତ୍ରରେ ଏକ ଅନିଶ୍ଚିତ ପରିବେଶ ସୃଷ୍ଟିହୋଇଛି। ଜନସାଧାରଣଙ୍କୁ ଭ୍ରମଣ ସମ୍ପର୍କରେ ଉପଯୁକ୍ତ ମାର୍ଗଦର୍ଶନ କରିବା ଏବଂ ପୁଣିଥରେ ଭ୍ରମଣରେ ଯିବା ନିରାପଦ ବୋଲି ଆସ୍ଥାଭାବ ସୃଷ୍ଟି କରିବାକୁ ଥୋମାସ କୁକ୍‍ ଇଣ୍ଡିଆ ଓ ଏସଓଟିସି ଟ୍ରାଭେଲ ଲିମିଟେଡ ଏକ ଦ୍ୱିସୂତ୍ରୀ କୌଶଳ ସମ୍ପର୍କରେ ଘୋଷଣା କରିଛନ୍ତି। ତାହା ହେଉଛି ଟ୍ରାଭଶିଲ୍ଡ ଏବଂ ହଲିଡେ ଫାଷ୍ଟ ଆଣ୍ଡ ପେ ହ୍ୱେନ ୟୁ ରିଟଣ୍ଣ, ଯାହା ଶାରୀରିକ ଏବଂ ଆର୍ଥିକ ନିରାପତ୍ତାର ପ୍ରତ୍ୟେକଟି ଦିଗ ପ୍ରତି ଦୃଷ୍ଟିଦେବ। ଗ୍ରାହକଙ୍କ ମନ ଭିତରେ ଥିବା ଦ୍ୱନ୍ଦ୍ୱ ଦୂରକରି ସେମାନଙ୍କ ମଧ୍ୟରେ ଆସ୍ଥାଭାବ ସୃଷ୍ଟି କରିବାକୁ ଥୋମାସ କୁକ୍‍ ଇଣ୍ଡିଆ ଏବଂ ଏସଓଟିସି ପକ୍ଷରୁ ଟ୍ରାଭଶିଲ୍ଡର ପରିକଳ୍ପନା କରାଯାଇଛି ଯାହା ଶାରୀରିକ ନିରାପତ୍ତା ସହିତ ମାନସିକ ଓ ଆର୍ଥିକ ସୁରକ୍ଷାର ପ୍ରତ୍ୟେକ ଦିଗ ପ୍ରତି ଦୃଷ୍ଟି ଦେବ। ସେହିଭଳି ବହୁ ଆବଶ୍ୟକ ଆର୍ଥିକ ସମର୍ଥନ ଯୋଗାଇଦେବାକୁ କମ୍ପାନୀଗୁଡିକ ଏକ ଅନନ୍ୟ ହଲିଡେ ଫାଷ୍ଟ ଆଣ୍ଡ ପେ ହ୍ୱେନ୍‍ ୟୁ ରିଟଣ୍ଣ ଯୋଜନା ପ୍ରଚଳନ କରିଛନ୍ତି, ଯାହା ଗ୍ରାହକଙ୍କୁ ନମନୀୟତା ପ୍ରଦାନ କରିବା ସହିତ ସେମାନେ ଛୁଟି କଟାଇ ଫେରିବା ପରେ ସେମାନଙ୍କୁ ଅର୍ଥ ପୈଠ କରିବାର ଫାଇଦା ଯୋଗାଇଦେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories