www.samajalive.in
Saturday, December 6, 2025
16.1 C
Bhubaneswar

ଭାରତୀୟ ସେନା ୧୭୫୦ ଅତ୍ୟାଧୁନିକ ଇନଫାଣ୍ଟ୍ରି କମ୍ବାଟ ଭେଇକଲ ଖରିଦ କରିବ

ନୂଆଦିଲ୍ଲୀ: ପାକିସ୍ତାନ ଓ ଚୀନ ସହିତ ଉତ୍ତେଜନା କ୍ରମଶଃ ବୃଦ୍ଧି ପାଉଥିବାବେଳେ ତାହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ୧୭୫୦ଟି ଅତ୍ୟାଧୁନିକ ଇନଫାଣ୍ଟ୍ରି କମ୍ବାଟ ଭେଇକଲ (ଏଫଆଇସିଭି) ଖରିଦ କରିବାକୁ ନିଷ୍ପତ୍ତି ନେଇଛି। ମେକ୍‍ ଇନ ଇଣ୍ଡିଆ ପ୍ରକଳ୍ପ ଅଧୀନରେ ଏହି ଯାନଗୁଡିକ ଖରିଦ କରାଯିବ। ଭାରତୀୟ ସେନା ଏହି ଯାନଗୁଡିକୁ ପୂର୍ବ ଲଦାଖ ଏବଂ ମରୁ ଅଞ୍ଚଳରେ ମୁତୟନ କରିବ। ସେନା ପକ୍ଷରୁ ୧୭୭୦ଟି ଆଧୁନିକ ମୁଖ୍ୟ ଲଢୁଆ ଟ୍ୟାଙ୍କ ଖରିଦ କରିବାକୁ ଆରଏଫଆଇ ଜାରି କରାଯିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଏଫଆଇସିଭିରେ ଶତ୍ରୁପକ୍ଷର ଟ୍ୟାଙ୍କ, ସାଞ୍ଜୁଆ ସେନା ପରିବହନକାରୀ ଗାଡି, ନିମ୍ନରେ ଉଡୁଥିବା ହେଲିକପ୍ଟର ଏବଂ ଅନ୍ୟ ଭୂଭାଗରେ ଥିବା ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା ତଥା ଶତ୍ରୁ ପକ୍ଷର ବଙ୍କର ଆଦି ନଷ୍ଟ କରିବାକୁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ଖଞ୍ଜାଯାଇପାରୁଥିବା ବ୍ୟବସ୍ଥା ଥିବା ଆବଶ୍ୟକ ବୋଲି ସେନା କହିଛି। ଏଥିସହିତ ଏହି ଏଫଆଇସିଭି ଯେଭଳି ଭାରତୀୟ ସେନାଙ୍କୁ ଯାତ୍ରାକାଳୀନ ସୁରକ୍ଷା ଏବଂ ରାସାୟନିକ, ଜୈବିକ, ରେଡିଓଲୋଜିକାଲ ଏବଂ ପରମାଣୁ ଆକ୍ରମଣ ପରିବେଶରେ ସୁରକ୍ଷିତ ରଖିପାରୁଥିବା ଆବଶ୍ୟକ। ଏହାର କାର୍ଯ୍ୟକାରିତାଗତ ଜୀବଦ୍ଦଶା ଅନ୍ୟୂନ ୩୨ ବର୍ଷ ହୋଇଥିବା ଆବଶ୍ୟକ ଏବଂ ଏହା ସେନାର ଟ୍ୟାଙ୍କ ପରିବହନକାରୀ ଯାନ, ଭାରତୀୟ ବାୟୁସେନାର ସି-୧୩୦ ଜେ ଭଳି ପରିବହନକାରୀ ବିମାନ ଏବଂ ବ୍ରଡଗଜ ରେଳପଥରେ ସାମରିକ ବଗି ଦ୍ୱାରା ପରିବହନ କରାଯାଇପାରୁଥିବା ଆବଶ୍ୟକ।
ଏଥିସହିତ ଭାରତୀୟ ସେନା ଟି-୭୨ ଟ୍ୟାଙ୍କ ସ୍ଥାନରେ ଅତ୍ୟାଧୁନିକ ଏଫଆରସିଭି ମୁତୟନ କରିବାକୁ ଯୋଜନା କରିଛି। ଏହା କହିଛି ଯେ ମୁଖ୍ୟ ଲଢୁଆ ଟ୍ୟାଙ୍କଗୁଡିକ ଆଗାମୀ ୪୦ରୁ ୫୦ ବର୍ଷ କାର୍ଯ୍ୟକ୍ଷମ ରହିବା ଆଶା କରାଯାଉଥିବାରୁ ଏହା ଉଚ୍ଚ ଅକ୍ଷାଂଶରେ ଅବସ୍ଥିତ ଅଞ୍ଚଳ, ସମତଳ ଅଞ୍ଚଳ, ନଦୀ ଉପତ୍ୟକା, ମରୁଭୂମି ଆଦି ବିଭିନ୍ନ ସ୍ଥାନରେ କାର୍ଯ୍ୟକରିବାର କ୍ଷମତା ରଖୁଥିବା ଆବଶ୍ୟକ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories