www.samajalive.in
Sunday, December 7, 2025
15.1 C
Bhubaneswar

ଜାଣନ୍ତୁ ଏହି ମନ୍ଦିରର ବିଶେଷତ୍ୱ ; ଏହାର ନିର୍ମାଣ ପାଇଁ ଲାଗିଥିଲା ୧୦୦ ବର୍ଷରୁ ଅଧିକ ସମୟ

ଭଗବାନ ଓ ମନ୍ଦିରର ସଭିଁଙ୍କ ପାଇଁ ଖୁବ ମହତ୍ତ୍ୱ ରହିଛି। ଭଗବାନଙ୍କୁ ହିଁ ସୃଷ୍ଟିର ସଞ୍ଚାରକ ବୋଲି କୁହାଯାଏ। ଦେଶରେ ବିଭିନ୍ନ ସ୍ଥାନରେ ଭଗବାନଙ୍କର ଭିନ୍ନ ଭିନ୍ନ ମନ୍ଦିର ରହିଛି। ଅନେକ ସ୍ଥାନରେ ଲୋକେ ନିଜର ଶ୍ରଦ୍ଧାରେ ମନ୍ଦିର ନିର୍ମାଣ କରିଛନ୍ତି। ଏପରି ହିଁ ଏକ ମନ୍ଦିର ବିଷୟରେ ଜାଣନ୍ତୁ ଯାହା ନିଜର ବିଶେଷତ୍ୱ ପାଇଁ ଖୁବ ପ୍ରସିଦ୍ଧ। ଏହି ମନ୍ଦିର ନିର୍ମାଣ କରିବାକୁ ପ୍ରାୟ ୧୦୦ ବର୍ଷରୁ ଅଧିକ ସମୟ ଲାଗିଥିଲା ବୋଲି କୁହାଯାଏ। ଏହାର ନିର୍ମାଣରେ ପ୍ରାୟ ୭୦୦୦ ଶ୍ରମିକ କାମ କରିଥିଲେ।
ଏହି ମନ୍ଦିର ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲାରେ ସ୍ଥିତ ଏଲୋରା ଗୁମ୍ଫାରେ ରହିଛି। ଯାହା ଏଲୋରାର କୈଳାସ ମନ୍ଦିର ନାମରେ ଜଣାଶୁଣା।
୨୭୬ ଫୁଟ ଲମ୍ବ ଓ ୧୫୪ ଫୁଟ ଚଉଡା ଏହି ମନ୍ଦିରର ବିଶେଷତ୍ୱ ହେଉଛି କେବଳ ଗୋଟିଏ ମାତ୍ର ବୃହତ୍ତ ପଥର କଟା ଯାଇ ନିର୍ମାଣ କରାଯାଇଛି। ମନ୍ଦିରର ଉଚ୍ଚତା ପ୍ରାୟ ୩ ମହଲା କୋଠାର ଉଚ୍ଚତା ସହ ସମାନ। ଏହି ଭବ୍ୟ ମନ୍ଦିରର ଦର୍ଶନ ପାଇଁ କେବଳ ଦେଶ ନୁହେଁ ବରଂ ସାରା ଦୁନିଆରୁ ଲୋକଙ୍କ ଭିଡ ଛୁଟିଥାଏ।
ଏହି ମନ୍ଦିରର ନିର୍ମାଣରେ ପ୍ରାୟ ୪୦ ହଜାର ଟନ ଓଜନ ବିଶିଷ୍ଟ ପଥରକୁ କଟା ଯାଇ ପ୍ରସ୍ତୁତ ହୋଇଥିଲା। ଏହି ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ। ଏହାର ସବୁଠାରୁ ବଡ ବିଶେଷତ୍ୱ ହେଉଛି, ହିମାଳୟର କୈଳାସ ପର୍ବତ ଭଳି ଏହାର ନିର୍ମାଣ ଶୈଳୀ କରାଯାଇବାକୁ ଚେଷ୍ଟା କରାଯାଇଛି।
ଏହି ମନ୍ଦିର ତିଆରି କରାଇଥିବା ରାଜାଙ୍କ ବିଶ୍ୱାସ ରହିଥିଲା, ଯଦି କୌଣସି ଶ୍ରଦ୍ଧାଳୁ ହିମାଳୟକୁ ଯାଇ ଭଗବାନ ଶିବଙ୍କୁ ଦର୍ଶନ ନ କରିପାରେ ସେ ଏହି ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିବ।
ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ମାଲଖେଡ ସ୍ଥିତ ରାଷ୍ଟ୍ରକୁଟ ବଂଶର ନରେଶ କୃଷ୍ଣ (ପ୍ରଥମ) (୭୫୭-୭୮୩)ରେ ତିଆରି ଆରମ୍ଭ ହୋଇଥିଲା।
ଏହି ମନ୍ଦିରରେ ଆଜି ଯାଏଁ ପୂଜା ହୋଇଛି ସେନେଇ କୌଣସି ପ୍ରମାଣ ନାହିଁ। ଆଜି ମଧ୍ୟ ଏଠାରେ କେହି ପୂଜାରୀ ନାହାଁନ୍ତି। ୧୯୮୩ରେ ଏହି ସ୍ଥାନକୁ ବିଶ୍ୱ ଐତିହ୍ୟ ସ୍ଥଳ ବୋଲି ଘୋଷଣା କରାଯାଇଛି।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories