ବିଶ୍ୱ ରାଙ୍କିଙ୍ଗ୍‌ରେ ଭାରତର ୬ ବିଶ୍ୱବିଦ୍ୟାଳୟ

0

ନୂଆଦିଲ୍ଲୀ : ଭାରତରେ ସଂଖ୍ୟାଧିକ ବିଶ୍ୱବିଦ୍ୟାଳୟ ଥିବା ସତ୍ତ୍ୱେ ଏଗୁଡିକ ମଧ୍ୟରୁ କେବଳ ୬ଟି ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍‌ ୨୦୧୮ ତାଲିକାରେ ସ୍ଥାନ ଲାଭ କରିଛନ୍ତି। ଏହି ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରୁ ୫ଟି ଆଇଆଇଟି (ଭାରତୀୟ ବୈଷୟିକ ପ୍ରତିଷ୍ଠାନ) ହୋଇଥିବା ବେଳେ ଅନ୍ୟଟି ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏସ୍‌)। ତାଲିକାରେ ବିଶ୍ୱର ୪୦୦ ବିଶ୍ୱବିଦ୍ୟାଳୟକୁ ସ୍ଥାନିତ କରାଯାଇଛି। ଏମାନଙ୍କ ମଧ୍ୟରେ ଆଇଆଇଟି-ଦିଲ୍ଲୀ ୧୭୨ତମ ସ୍ଥାନ ଲାଭ କରି ଅନ୍ୟ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକଠାରୁ ଆଗରେ ରହିଛି। ଏହାପଛକୁ ଆଇଆଇଟି-ବମ୍ବେ (୧୭୯), ଆଇଆଇଏସ୍‌ ବେଙ୍ଗାଲୁରୁ(୧୯୦), ଆଇଆଇଟି-ମାଡ୍ରାସ୍‌ (୨୬୪), ଆଇଆଇଟି-କାନପୁର(୨୯୩) ଏବଂ ଆଇଆଇଟି-ଖଡ଼ଗପୁର(୩୦୮) ରହିଛି। ୨୦୧୭ରେ ଆଇଆଇଟି-ଦିଲ୍ଲୀ ୧୮୫ତମ ସ୍ଥାନରେ ଥିଲା। କିନ୍ତୁ ଚଳିତବର୍ଷ ଆଇଆଇଟି-ବମ୍ବେ ଉନ୍ନତ ପ୍ରଦର୍ଶନ ପୂର୍ବକ ତାଲିକାରେ ୪୦ ପଏଣ୍ଟ ଉପରକୁ ଉଠିଛି। କିନ୍ତୁ ଆଇଆଇଟି-କାନପୁର ଓ ଆଇଆଇଟି-ଖଡ଼ଗପୁର ବିଶେଷ ଉନ୍ନତି ଲାଭ କରିପାରିନାହାନ୍ତି। ଅନ୍ୟପକ୍ଷରେ ଆଇଆଇଏସ୍‌ ଏହି ତାଲିକାରେ ୩୮ ପଏଣ୍ଟ ତଳକୁ ଖସିଆସିଛି। ଦୁଇବର୍ଷ ପୂର୍ବେ ଏହା ୧୪୭ତମ ସ୍ଥାନରେ ରହିଥିଲା। ସେହିଭଳି ଆଇଆଇଟି-ମାଡ୍ରାସ ମଧ୍ୟ ୨୦୧୮ରେ ୧୫ ପଏଣ୍ଟ ତଳକୁ ଖସିଛି।

Leave A Reply