www.samajalive.in
Saturday, December 6, 2025
26.1 C
Bhubaneswar

ଆଇସିସି କ୍ରିକେଟ ବିଶ୍ଵକପ୍‌ ପାଇଁ ଭାରତୀୟ ଟିମର ଇଂଲଣ୍ଡ ଯାତ୍ରା

ମୁମ୍ବଇ: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇସିସି କ୍ରିକେଟ ବିଶ୍ଵକପ ୨୦୧୯ ପାଇଁ ଭାରତୀୟ ଟିମ୍‌ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିଛି। ବୁଧବାର ସକାଳେ ଖେଳାଳିମାନେ ବିମାନରେ ଯାତ୍ରା ଆରମ୍ଭ କରିଚନ୍ତି। ବିଶ୍ଵକପ୍‌ ପାଇଁ ଭାରତ ଅନ୍ୟତମ ପ୍ରମୁଖ ଦାବିଦାର ରହିଛି। ଭାରତକୁ ଟି-୨୦ ଏବଂ ଦିନିକିଆ ବିଶ୍ଵକପ୍‌ ଦେଇଥିବା ଧୋନୀଙ୍କ ପାଇଁ ଏହା ଶେଷ ବିଶ୍ଵକପ୍‌ ଟୁର୍ନାମେଣ୍ଟ। ବିରାଟ କୋହଲି ପ୍ରଥମ ଥର ଲାଗି ଏକ ବିଶ୍ଵକପ୍‌ରେ ଅଧିନାୟକ ଦାୟିତ୍ଵ ତୁଲାଇବେ। ଭାରତୀୟ ଟିମ୍‌ ଇଂଲଣ୍ଡରେ ପହଞ୍ଚିବା ପରେ ଆସନ୍ତା ୨୫ ତାରିଖରେ ଓଭାଲ ଗ୍ରାଉଣ୍ଡରେ ଦଳ ନ୍ୟୁଜିଲାଣ୍ଡ ସହ ଅଭ୍ୟାସ ମ୍ୟାଚ ଖେଳିବ। ଏହା ପରେ ୨୮ ତାରିଖରେ ବାଂଲାଦେଶକୁ ଅନ୍ୟ ଏକ ଅଭ୍ୟାସ ମ୍ୟାଚରେ ଭେଟିବ। ଶେଷରେ ଜୁନ ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦଳ ପ୍ରଥମ ମ୍ୟାଚ୍‌ ଖେଳିବ।

ସୂଚନାଯୋଗ୍ୟ, ଇଂଲଣ୍ଡର ପିଚ୍‌ ବ୍ୟାଟ୍ସମ୍ୟାନମାନଙ୍କୁ ସୁହାଇବ। ଦିନିକିଆରେ ଏଠାରେ ଗୋଟିଏ ଇନିଂସରେ ୩୫୦ ରନ୍‌ ହୋଇପାରୁଛି। ବୋଲରମାନଙ୍କ ପାଇଁ ପିଚ୍‌ ସହାୟକ ହେବା ଆଶା କମ୍‌। ତେଣୁ ଭାରତୀୟ ବ୍ୟାଟ୍ସମ୍ୟାନ ଏଥିରୁ ପୂରା ଫାଇଦା ଉଠାଇପାରିବେ। ତେବେ ଭାରତ ୪ ନମ୍ବରରେ ବ୍ୟାଟିଂ ପାଇଁ କାହାକୁ ସ୍ଥିର କରିବ ତାହାକୁ ନେଇ ଏବେ ବି ଦ୍ବନ୍ଦ୍ବରେ ରହିଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories