ନିଜ ପସନ୍ଦ ଅନୁଯାୟୀ ନିଜର ଜୀବନସାଥି ମିଳୁ ବୋଲି ସଭିଏଁ ଇଚ୍ଛା କରିଥାଆନ୍ତି। ଏହି ଇଚ୍ଛାକୁ ପୂରଣ କରିବା ପାଇଁ ଆପଣ ପେଙ୍ଗସୁଇର କିଛି ଟିପ୍ସ ଆପଣେଇ ପାରିବେ। ଏହି ଟିପ୍ସ ଆପଣେଇବା ଦ୍ୱାରା ଆପଣ ଭିତରେ ସକରାତ୍ମକ ଶକ୍ତି ଆସିଥାଏ ଓ ପସନ୍ଦ ମୁତାବକ ଜୀବନସାଥି ପାଇଥାଆନ୍ତି। ଜାଣନ୍ତୁ ଏହା ବିଷୟରେ….
ନିଜେ ଶୟନ କକ୍ଷରେ ଅସ୍ତ ହେଉଥିବା ସୂର୍ଯ୍ୟଙ୍କ ଫଟୋ ଲଗାନ୍ତୁ ନାହିଁ। କାରଣ ଏହା ଆପଣଙ୍କ ମନରେ ନକରାତ୍ମକ ଶକ୍ତି ସୃଷ୍ଟି କରେ।
ଶୟନ କକ୍ଷରେ ସର୍ବଦା ଯୋଡ଼ା ସୋଫା ଓ ଚୋୟାର ରଖନ୍ତୁ।
ଆପଣ ନିଜ କକ୍ଷର ଦକ୍ଷିଣ-ପଶ୍ଚିମ କାନ୍ଥକୁ ଲାଲ ରଙ୍ଗ କରନ୍ତୁ। ଏହାର ବହୁ ଉତ୍ତମ ଫଳ ଆପଣଙ୍କ ଜୀବନ ଉପରେ ପଡ଼ିଥାଏ।
ନିଜ ଖଟ ଓ କାନ୍ଥ ମଧ୍ୟରେ ସଠିକ ଦୂରତା ରଖନ୍ତୁ। ଯେପରି ଯାତାୟତ ସମୟରେ ଆପଣଙ୍କ ଗୋଡ଼ ଖଟରେ ବାରମ୍ବାର ନ ବାଜେ।
ଶୋଇବା ସମୟରେ ଆପଣଙ୍କ ପାଦ ଯେପରି ଦରଜା ପଟକୁ ନରହୁ ସେଥିପ୍ରତି ଧ୍ୟାନ ଦିଅନ୍ତୁ।
ନିଜ ପସନ୍ଦର ଜୀବନସାଥି ପାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ
Popular Categories



