www.samajalive.in
Sunday, December 14, 2025
14.1 C
Bhubaneswar

ବାଧାମୁକ୍ତ ମାଲ ପରିବହନ : ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ସୁନିଶ୍ଚିତ କରୁଛି ରେଳବାଇ

-ଯୋଗାଣ ଶୃଙ୍ଖଳାକୁ ନିରନ୍ତର ଚାଲୁ ରଖିବା ଲାଗି ଗତ ୪ଦିନ ମଧ୍ୟରେ ୧.୬ ଲକ୍ଷରୁ ଅଧିକ ୱାଗନ ଜରିଆରେ ହୋଇଛି ମାଲ ପରିବହନ; ୧ ଲକ୍ଷରୁ ଅଧିକ ୱାଗନ ଜରିଆରେ କରାଯାଇଛି ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ
-ଖାଦ୍ୟଶସ୍ୟ, ଲୁଣ, ଚିନି, କ୍ଷୀର, ଖାଇବା ତେଲ, ପିଆଜ, ଫଳ ଓ ପନିପରିବା, ପେଟ୍ରୋଲିୟମ ଉତ୍ପାଦ, କୋଇଲା ଓ ସାର ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଛି ଭାରତୀୟ ରେଳବାଇ

ନୂଆଦିଲ୍ଳୀ : ସାରା ଦେଶ କରୋନା ଭୂତାଣୁ ମହାମାରୀ ସଂକ୍ରମଣ କାରଣରୁ ସମ୍ପୂର୍ଣ୍ଣ ଭାବେ ଲକଡାଉନ୍ ରହିଥିବା ସ୍ଥିତିରେ ଭାରତୀୟ ରେଳବାଇ ଦେଶବାସୀଙ୍କ କଲ୍ୟାଣ ନିମନ୍ତେ ସମ୍ପୂର୍ଣ୍ଣ ରୂପେ ସଂକଳ୍ପବଦ୍ଧ ରହିଛି। ନିଜର ବାଧାମୁକ୍ତ ମାଲ ପରିବହନ ସେବା ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧତା ସୁନିଶ୍ଚିତ କରିବା ନିମନ୍ତେ ଯଥାସମ୍ଭବ ପ୍ରୟାସ ଜାରି ରଖିଛି। ଗତ ୪ ମାସରେ ପାଖାପାଖି ୧.୬ ଲକ୍ଷ ୱାଗନ ଜରିଆରେ ଯୋଗାଣ ଶୃଙ୍ଖଳାକୁ ନିରନ୍ତର ଚାଲୁ ରଖିବା ଲାଗି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଇଛି। ଏଥିମଧ୍ୟରୁ ୧ ଲକ୍ଷରୁ ଅଧିକ ୱାଗନ ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଭାରତୀୟ ରେଳବାଇ ଦ୍ୱାରା ସୁନିଶ୍ଚିତ କରାଯାଇଛି, ଫଳରେ ସାରା ଦେଶରେ କାମ କାର୍ଯ୍ୟ ସଠିକ ଢଙ୍ଗରେ ଜାରି ରହିବ ଏବଂ ଯୋଗାଣ ଶୃଙ୍ଖଳା ମଧ୍ୟ ନିରନ୍ତର ଚାଲୁ ରହିବ।
ସବୁ ରାଜ୍ୟରେ ଲକଡାଉନ ସମୟରେ ଦେଶବ୍ୟାପୀ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଯେପରି ପ୍ରଭାବିତ ନହୁଏ ତାହା ସୁନିଶ୍ଚିତ କରିବା ଲାଗି ବିଭିନ୍ନ ଗୁଡ୍ସ ଶେଡ, ଷ୍ଟେସନ ଓ ନିୟନ୍ତ୍ରଣ କାର୍ଯ୍ୟାଳୟରେ ନିୟୋଜିତ ଭାରତୀୟ ରେଳବାଇର କର୍ମଚାରୀ ୨୪ ଘଣ୍ଟା କାମ କରୁଛନ୍ତି।
-୨୩ ମାର୍ଚ୍ଚ, ୨୦୨୦ରେ ମୋଟ ୨୬,୫୭୭ ୱାଗନରେ ଖାଦ୍ୟ ଶସ୍ୟ, ଲୁଣ, ଖାଇବା ତେଲ, ଚିନି, କ୍ଷୀର, ଫଳ ଓ ପନିପରିବା, ପିଆଜ, କୋଇଲା ଓ ପେଟ୍ରୋଲିୟମ ଉତ୍ପାଦ ଭଳି ଆବଶ୍ୟକ ସାମଗ୍ରୀ ପରିବହନ କରାଯାଇଥିଲା। ଏଥିରେ ୧୧୬୮ ୱାଗନ ଖାଦ୍ୟ ଶସ୍ୟ, ୪୨ ୱାଗନ ଫଳ ଓ ପନିପରିବା, ୪୨ ୱାଗନ ପିଆଜ, ୪୨ ୱାଗନ ଚିନି, ୧୬୮ ୱାଗନ ଲୁଣ, ୨୦ ୱାଗନ କ୍ଷୀର, ୨୨୪୭୩ ୱାଗନ କୋଇଲା ଏବଂ ୨୩୨୨ ୱାଗନ ପେଟ୍ରୋଲିୟମ ଉତ୍ପାଦ ସାମିଲ ରହିଛି।
-୨୪ ମାର୍ଚ୍ଚ ୨୦୨୦ରେ ମୋଟ ୨୭,୭୪୨ ୱାଗନ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରାଯାଇଥିଲା। ଏଥିମଧ୍ୟରେ ୧୪୪୪ ୱାଗନ ଖାଦ୍ୟଶସ୍ୟ, ୮୪ ୱାଗନ ଫଳ ଓ ପନିପରିବା, ୧୬୮ ୱାଗନ ଲୁଣ, ୧୫ ୱାଗନ କ୍ଷୀର, ୫୦ ଟ୍ୟାଙ୍କ ଖାଇବା ତେଲ, ୨୪,୨୦୭ ୱାଗନ କୋଇଲା ଓ ୧୭୭୪ ୱାଗନ ପେଟ୍ରୋଲଜାତ ଉତ୍ପାଦ ସାମିଲ ରହିଥିଲା।
୨୫ ମାର୍ଚ୍ଚ ୨୦୨୦ରେ ମୋଟ ୧୩,୦୯୭ ୱାଗନ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରାଯାଇଥିଲା। ଏଥିମଧ୍ୟରେ ୮୭୬ ୱାଗନ ଖାଦ୍ୟଶସ୍ୟ, ୪୨ ୱାଗନ ଲୁଣ, ୪୨ ୱାଗନ ଚିନି,୧୫ ୱାଗନ କ୍ଷୀର, ୨୦୪୧୮ ୱାଗନ କୋଇଲା ଓ ୧୭୦୪ ୱାଗନ ପେଟ୍ରୋଲଜାତ ଉତ୍ପାଦ ସାମିଲ ରହିଥିଲା।
-୨୬ ମାର୍ଚ୍ଚ ୨୦୨୦ରେ ମୋଟ ୨୪୦୦୯ ୱାଗନ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରାଯାଇଥିଲା। ଏଥିମଧ୍ୟରେ ୧୪୧୭ ୱାଗନ ଖାଦ୍ୟଶସ୍ୟ, ୪୨ ୱାଗନ ଲୁଣ, ୪୨ ୱାଗନ ଚିନି, ୨୦୭୮୪ ୱାଗନ କୋଇଲା ଓ ୧୭୨୪ ୱାଗନ ପେଟ୍ରୋଲଜାତ ଉତ୍ପାଦ ସାମିଲ ରହିଥିଲା।
କୋଭିଡ-୧୯ ସଂକ୍ରମଣ ଯୋଗୁ ଲାଗୁ ହୋଇଥିବା କଟକଣା ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ବିନା କୌଣସି ବାଧାରେ ସୁଚାରୁ ରୂପେ ସମ୍ପନ୍ନ କରିବା ଲାଗି ରାଜ୍ୟ ସରକାରଙ୍କ ସହିତ ସମନ୍ୱୟ ରକ୍ଷା କରି ପଦକ୍ଷେପ ଗ୍ରହଣ କରାଯାଉଛି।
ଭାରତୀୟ ରେଳବାଇ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀର ବାଧାମୁକ୍ତ ପରିବହନ ଅନୁଧ୍ୟାନ ଲାଗି ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକ ଜରୁରିକାଳୀନ ମାଲ ନିୟନ୍ତ୍ରଣ ପ୍ରକୋଷ୍ଠ କାର୍ଯ୍ୟକ୍ଷମ କରାଯାଇଛି। ଅତ୍ୟନ୍ତ ବରିଷ୍ଠ ସ୍ତରର ଅଧିକାରୀମାନେ ମାଲ ପରିବହନ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି।
ଏହି ସଂକଟ ସମୟରେ ଭାରତୀୟ ରେଳବାଇ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଭଲ ଭାବେ ଜାଣିଛି। ଏହାର ସମସ୍ତ ଅଂଶୀଦାର ମାନଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣକୁ ତ୍ୱରାନ୍ୱିତ କରିବା ଲାଗି ଲୋଡିଂ ଏବଂ ଅନଲୋଡିଂ କାର୍ଯ୍ୟ ଦ୍ରୁତ ଗତିରେ କରିବା ଦିଗରେ ସହଯୋଗ କରନ୍ତୁ।

- Advertisement -

 

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories