www.samajalive.in
Thursday, December 11, 2025
23.1 C
Bhubaneswar

ସହରରେ ଅଭାବ ; ଗାଁରେ ଅଭାବୀ ବିକ୍ରି

ଭୁବନେଶ୍ବର : କରୋନା ଭୟରେ ସାରା ଦେଶରେ ଲକ୍ଡ଼ାଉନ। ଦୋକାନ ବଜାର ବନ୍ଦ, ରାସ୍ତାଘାଟ ଶୂନଶାନ। ଘର ଭିତରେ ନିଜକୁ ବନ୍ଦୀ ରଖି ସୁରକ୍ଷିତ ମଣୁଛି ମଣିଷ। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଖାଦ୍ୟ ସାମଗ୍ରୀକୁ ଅତ୍ୟାବଶ୍ୟକୀୟ ସାମଗ୍ରୀଭୁକ୍ତ କରାଯାଇ ଏହାର ପରିବହନ ଓ ବିକ୍ରି ଉପରେ କୌଣସି ନିଷେଧାଦେଶ ଲଗାଯାଇ ନାହିଁ। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ, ପନିପରିବା ବିକ୍ରି ଉପରେ କୌଣସି ପ୍ରତିବନ୍ଧକ ନାହିଁ। ସରକାର ଓ ପୁଲିସ ଏହି ସାମଗ୍ରୀ ପରିବହନ ନିମନ୍ତେ ଅନୁମତି ଆବଶ୍ୟକ ନାହିଁ ଏବଂ ଏଗୁଡ଼ିକ କଟକଣାମୁକ୍ତ ବୋଲି ବାରମ୍ବାର ଘୋଷଣା କରିଛନ୍ତି। ହେଲେ କ୍ଷେତରୁ ଖାଉଟିଙ୍କ ନିକଟକୁ ଆସିପାରୁ ନାହିଁ ପନିପରିବା। ଫଳରେ ପନିପରିବା କ୍ଷେତରେ ନଷ୍ଟ ହେଉଛି; ପନିପରିବା ବିକି ଗୁଜରାଣ ମେଣ୍ଟାଇବା ଓ ନିଜର ଆବଶ୍ୟକ ମେଣ୍ଟାଇବା ପାଇଁ ଚାଷୀଟିର ଆଶାକୁ ଉଜୁଡ଼ାଇ ଦେଇଛି କରୋନା। ସହରାଞ୍ଚଳରେ ପନିପରିବା ମିଳୁ ନ ଥିବା ଏବଂ ଦର ଦିନକୁଦିନ ବଢ଼ୁଥିବାବେଳେ ଗ୍ରାମାଞ୍ଚଳରେ ପରିବା ଉତ୍ପାଦିତ ହେଉଥିବା ଅଞ୍ଚଳରେ ପନିପରିବା ନଷ୍ଟ ହେଉଛି ଓ ଦର ଦିନକୁ ଦିନ କମି ଚାଲିଛି ।

Pic. Courtesy : updateodisha

ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ବରଗଡ଼ ଓ ସମ୍ବଲପୁରର ଗ୍ରାମାଞ୍ଚଳକୁ ନେଇ କରାଯାଇଥିବା ଏକ ସର୍ବେକ୍ଷଣରେ ପନିପରିବାର ଦର ଏବେ ଢ଼େର କମ୍ ରହିଛି । ଗାଁ ଗହଳିରେ ବାଇଗଣ, ଭେଣ୍ଡି, କଲରା, କାକୁଡ଼ି ଆଦି ସଜତୋଳା ପନିପରିବା ଦର କିଲୋ ପିଛା ଅତିବେଶୀରେ ୧୦ ଟଙ୍କାରୁ ୧୫ ଟଙ୍କା ମଧ୍ୟରେ ରହିଛି। ବରଗଡ଼ ଜିଲାର ବିଜେପୁର, ପଦ୍ମପୁର ଆଦି ଅଞ୍ଚଳରେ ଏବେ ବି ବିଲାତି ବାଇଗଣ କିଲୋ ୫ ଟଙ୍କାରୁ ୭ ଟଙ୍କା ମଧ୍ୟରେ ବିକ୍ରି ହେଉଛି । ଯାଜପୁର ଜିଲାରେ ଏବେ ନୂଆ ନୂଆ ଅମଳ ହେଉଥିବା ପୋଟଳ କିଲୋ ୭୦ ଟଙ୍କାରୁ ୮୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିଲା, ମାତ୍ର କରୋନା ନିମନ୍ତେ ଲକ୍ ଡ଼ାଉନ ହେବା ପରେ ପୋଟଳ କିଲୋ ୪୦ ଟଙ୍କାକୁ ଖସି ଆସିଲାଣି ।
ଅନ୍ୟପଟେ ସହରାଞ୍ଚଳରେ ସ୍ଥିତି ଓଲଟା। ପନିପରିବା ପର୍ଯ୍ୟାପ୍ତ ପରିମାଣରେ ଆସି ପାରୁ ନ ଥିବାରୁ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି । ଭୁବନେଶ୍ବର, କଟକ ଆଦି ସହରାଞ୍ଚଳରେ ବାଇଗଣ କିଲୋ ୪୦ରୁ ୫୦, ବିଲାତି ବାଇଗଣ ୪୦ ଟଙ୍କା, ଭେଣ୍ଡି ୬୦ରୁ ୮୦ ଟଙ୍କା, ଝୁଡ଼ଙ୍ଗ ୪୦ରୁ ୬୦ ଟଙ୍କା, କାକୁଡ଼ି ୪୦, କଲରା ୬୦ ଟଙ୍କାରୁ ୮୦ ଟଙ୍କାରେ ବିକ୍ରି ହେଉଛି ।

Hot this week

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories