www.samajalive.in
Sunday, December 14, 2025
26.1 C
Bhubaneswar

କରୋନା ଦୁଃଖ : ୨୦୦ କିଲୋମିଟର ଚାଲିଚାଲି ଘରେ ପହଞ୍ଚିଲେ ୧୨ ଶ୍ରମିକ

ଉତ୍ତରକାଶୀ : କରୋନା ସାଙ୍ଗକୁ ଲକ୍ଡ଼ାଉନ୍ । ସହରରେ କାମ ନାହିଁ, ଖାଇବାକୁ ଖାଦ୍ୟ ନାହିଁ। ଗାଁକୁ ଫେରିବାକୁ ଗାଡ଼ି ନାହିଁ। ଶେଷକୁ ୨୦୦ କିଲୋମିଟର ଚାଲିଚାଲି ଘରେ ପହଞ୍ଚିଛନ୍ତି ୧୨ ଶ୍ରମିକ। ଉତ୍ତରକାଶୀରୁ ବାହାରି ସାହାରନପୁରରେ ପହଞ୍ଚିବାକୁ ସେମାନଙ୍କୁ ଲାଗିଛି ପ୍ରାୟ ୭୦ ଘଣ୍ଟା।
ଘଟଣାଟି ଉତ୍ତରାଖଣ୍ଡ ଅଞ୍ଚଳର। ଏହି ଶ୍ରମିକମାନେ ଚତୁର୍ଧାମ ଯାତ୍ରା ନିମନ୍ତେ ନିର୍ମାଣାଧୀନ ଜାତୀୟ ରାଜପଥ କାମରେ ଲାଗିଥିଲେ। ୨୨ ତାରିଖରେ ଜନତା କର୍ଫୁ ଘୋଷଣା ପରେ ଠିକାଦାର କାମ ବନ୍ଦ କରି ଦେଇଥିଲା। ଠିକାଦାର ମଧ୍ୟ ବିନା କାମରେ ସେମାନଙ୍କୁ ଖାଇବାକୁ ଓ ଟଙ୍କା ଦେବାକୁ ମନା କରି ଦେଇଥିଲା। ସେମାନଙ୍କ ନିକଟରେ ଗାଁକୁ ଫେରିବା ଭିନ୍ନ ଆଉ କିଛି ବାଟ ନ ଥିଲା। ହେଲେ ଘରକୁ ଫେରିବାକୁ ନା ସେମାନଙ୍କ ନିକଟରେ ଥିଲା ସାଧନ ନା ଥିଲା ମାଧ୍ୟମ। ଗାଡ଼ି ମୋଟର ବନ୍ଦ ହୋଇ ଯାଇଥିଲା, ଟ୍ରେନ୍ ଚାଲୁ ନ ଥିଲା। ଫଳରେ ସେମାନେ ଚାଲିଚାଲି ଗାଁକୁ ଫେରିବାକୁ ମନସ୍ଥ କରିଥିଲେ। ଯେଉଁଦିନ ସେମାନେ ଉତ୍ତରକାଶୀରୁ ବାହାରିଥିଲେ ସେହିଦିନ ସେମାନେ ଥରଟିଏ ଖାଦ୍ୟ ଖାଇଥିଲେ। ଏହାପରେ ସେମାନଙ୍କୁ ଖାଇବାକୁ ମଧ୍ୟ ମିଳି ନ ଥିଲା। ତେବେ ବାଟରେ ଜଣେ ସହୃଦୟ ବ୍ୟକ୍ତି ସେମାନଙ୍କୁ କିଛି ବିସ୍କୁଟ ଖାଇବାକୁ ଦେଇଥିଲେ ଓ ଅନ୍ୟଜଣେ ବ୍ୟକ୍ତି ଚା-ବିସ୍କୁଟ ଖୁଆଇଥିଲେ । ସେତିକିରେ ପାହାଡ଼, ଜଙ୍ଗଲ ଅତିକ୍ରମ କରି ସେମାନେ ସାହାରନପୁର ଟାଣ୍ଡା ଗାଁ ପର୍ଯ୍ୟନ୍ତ  ଚାଲିଚାଲି ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଶ୍ରମିକ ଥିଲେ ପ୍ରବୀଣ। ମଧ୍ୟବୟସ୍କ ପ୍ରବୀଣଙ୍କ କହିବା ଅନୁସାରେ ସେମାନଙ୍କୁ ବାଟରେ କିଛି ସ୍ଥାନରେ ପୁଲିସ ଅଟକାଇଥିଲା। ମାତ୍ର ସେମାନଙ୍କ ପରିଚୟପତ୍ର ଯାଞ୍ଚ କରିବା ପରେ ଛାଡ଼ି ଦେଇଥିଲା। ପ୍ରବୀଣ ଓ ତାଙ୍କ ସାଥୀମାନଙ୍କ କହିବା ଅନୁସାରେ ସରକାର ଲକ୍ଡ଼ାଉନ୍ କରିବା ପୂର୍ବରୁ ଦୁରଦୂରାନ୍ତରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ଫେରିବା ପାଇଁ ବ୍ୟବସ୍ଥା କରିବା ଉଚିତ୍ ଥିଲା।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories