www.samajalive.in
Friday, December 5, 2025
17.1 C
Bhubaneswar

ମେ ୩ ଯାଏଁ ଦେଶରେ ଗଡିବନି ଯାତ୍ରୀବାହୀ ଟ୍ରେନ୍

ସମାଜ ପୋର୍ଟାଲ ଡେସ୍କ : ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦ୍ବିତୀୟ ଥର ପାଇଁ ଦେଶକୁ ମେ ୩ ଯାଏ ଲକ୍ ଡାଉନ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଭାରତୀୟ ରେଳ ବିଭାଗ ପକ୍ଷରୁ ମେ ୩ ଯାଏଁ ସମଗ୍ର ଦେଶରେ ଯାତ୍ରୀବାହୀ ଟ୍ରେନ୍ ଚାଳାଚଳକୁ ବାତିଲ କରିଛି । ଆଜି ଏ ନେଇ ଭାରତୀୟ ରେଳ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ଯେଉଁ ବିଜ୍ଞପ୍ତିରେ ମେ ୩ ଯାଏଁ ଦେଶର ସମସ୍ତ ଯାତ୍ରୀବାହୀ ଟ୍ରେନ ସେବାକୁ ବାତିଲ କରାଯାଇଥିବା ଘୋଷଣା କରାଯାଇଛି । ଏହି ସମୟରେ କେବଳ ମାଲବାହୀ ଏବଂ ପାର୍ଶଲ ଟ୍ରେନ ସେବା ଜାରି ରହିବ ବୋଲି ସୂଚନା ଦେଇଛି ରେଳ ବିଭାଗ ।

ସୂଚନାଯୋଗ୍ୟ ପୂର୍ବରୁ ଭାରତୀୟ ରେଳ ବିଭାଗ ପକ୍ଷରୁ ପୂର୍ବରୁ ଏପ୍ରିଲ ୧୪ ମଧ୍ୟରାତ୍ର ପର୍ଯ୍ୟନ୍ତ ଦେଶରେ ସମସ୍ତ ପ୍ରକାରର ଯାତ୍ରୀବାହୀ ଟ୍ରେନ ଚଳାଚଳ ବାତିଲ ହୋଇଥିଲା। ହେଲେ ଏବେ ଏହି ଅବଧିକୁ ମେ’ ୩ ତାରିଖ ରାତି ୧୨ ଯାଏ ବୃଦ୍ଧି କରାଯାଇଛି। ଯାତ୍ରୀବାହୀ ଟ୍ରେନ ଚଳାଚଳ ବାତିଲ କରାଯାଇଥିଲେ ହେଁ ମାଲବାହୀ ଟ୍ରେନ ଗୁଡ଼ିକ ପୂର୍ବଭଳି ଯାତାୟାତ କରିବ। ମେ’ ୩ ତାରିଖ ମଧ୍ୟରାତ୍ର ଯାଏ ରେଳ ଷ୍ଟେସନ କିମ୍ବା ବାହାରେ ଥିବା ସମସ୍ତ ସଂରକ୍ଷିତ ଓ ଅସଂରକ୍ଷିତ ଟିକେଟ ବୁକିଂ କାଉଣ୍ଟର ବନ୍ଦ ରହିବ ବୋଲି ରେଳବାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories