ଡ୍ରୋନ ଜରିଆରେ ବିଶୋଧନ ହେଲା ରାଜମହଲରୁ ଶିଶୁଭବନ ଛକ ରାସ୍ତାଘାଟ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ରାଜ୍ୟର ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଭୁବନେଶ୍ବର ମହାନଗର ନିଗମ(ବିଏମସି) ପକ୍ଷରୁ ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ବିଭକ୍ତ କରାଯାଇ ବିଶୋଧନ କରାଯାଉଛି। ମଙ୍ଗଳବାର ରାଜମହଲ ଛକରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ରାସ୍ତାଘାଟକୁ ବିଶୋଧନ କରାଯାଇଛି। ତେବେ ଏଥିପାଇଁ ପ୍ରଶାସନ ଡ୍ରୋନର ସହୟତା ନେଇଛି। ୩ଟି ଡ୍ରୋନ ଜରିଆରେ ବିଶୋଧନ କାର୍ଯ୍ୟ କରାଯାଉଛି।
ଗୋଟିଏ ଡ୍ରୋନ ୨ ମିଟର ଉଚ୍ଚତାରେ ଉଡ଼ି ରାସ୍ତାଘାଟରେ ବିଶୋଧକ ସିଞ୍ଚନ କରୁଛି। ଗୋଟିଏ ଥରକରେ ଏହି ଡ୍ରୋନ ୫ ମିଟର ଚଉଡ଼ାରେ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ରାସ୍ତାକୁ ବିଶୋଧନ କରିପାରୁଛି। ୨ୟ ଡ୍ରୋନଟି ୩ ମିଟର ଉଚ୍ଚତାରେ ଉଡ଼ି ବିଶୋଧକ ସିଞ୍ଚନ ସମୟରେ ନିରାପତ୍ତା ଅବଲମ୍ବନ କରିବାକୁ ଲୋକଙ୍କୁ ସଚେତନ କରାଉଛି। ସେହିପରି ୩ୟ ଡ୍ରୋନଟି ୧୦ ମିଟର ଉଚ୍ଚତାରେ ଉଡ଼ି ଅଞ୍ଚଳରେ ଉପରେ ନଜର ରଖିବା ସହିତ ୨ୟ ଡ୍ରୋନଟିକୁ ସଚେତନତା ବାର୍ତ୍ତା ଘୋଷଣା ନେଇ ଗାଇଡ୍ କରୁଛି।
Comments are closed.