www.samajalive.in
Friday, December 12, 2025
26.1 C
Bhubaneswar

ଟ୍ରେନ୍‌ ଟିକେଟ୍ ବୁକିଂ ସମୟରେ ଆପଣାନ୍ତୁ ଏହି ନିୟମ, ମିଳିବ ୫୦% ଛାଡ

ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ବିଭିନ୍ନ ସେବା ପ୍ରଦାନ କରାଯାଉଛି। କିନ୍ତୁ ଅନେକ ଥର ଏମିତି ହୁଏ ଯେ, ଯାତ୍ରୀମାନେ ଟ୍ରେନ୍ ସେବା ବିଷୟରେ ବିଶେଷ କିଛି ଜାଣିନଥାନ୍ତି। ଆଜି ଆମେ ଆପଣଙ୍କୁ ଟ୍ରେନ୍‌ର ଏଭଳି କିଛି ସୁବିଧା ବିଷୟରେ ଜଣାଇବୁ ଯାହା ଦ୍ବାରା ଟିକେଟ୍ ବୁକିଂ ସମୟରେ ଆପଣ ୫୦ ପ୍ରତିଶତ ଛାଡ ପାଇ ପାରିବେ।

ଭାରତୀୟ ରେଳ ବିଭାଗ ପକ୍ଷରୁ ମେଲ, ଏକ୍ସପ୍ରେସ୍‌, ରାଜଧାନୀ, ଶତାବ୍ଦୀ, ଜନଶତାବ୍ଦୀ, ଦୂରନ୍ତ ଭଳି ଟ୍ରେନ୍‌ ରେ ୫୦ ପ୍ରତିଶତ ଛାଡ ପ୍ରଦାନ ପାଇବାର ବ୍ୟବସ୍ଥା ରହିଛି। ନିୟମ ଅନୁଯାୟୀ, ପୁରୁଷଙ୍କ ପାଇଁ ୪୦ ପ୍ରତିଶତ ଏବଂ ମହିଳାଙ୍କ ପାଇଁ ୫୦ ପ୍ରତିଶତ ଛାଡ ପାଇବାର ବ୍ୟବସ୍ଥା ରହିଛି। ତେବେ ଆସନ୍ତୁ ଜାଣିବା କେଉଁ ବ୍ୟକ୍ତିଙ୍କୁ କେଉଁ ଛାଡ ମିଳି ପାରିବ।

- Advertisement -

ରେଳ ବିଭାଗ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ଏହି ଛାଡ ପ୍ରଦାନ କରାଯାଉଛି। ଯଦି ପୁରୁଷ ବ୍ୟକ୍ତିର ବୟସ ୬୦ରୁ ଅଧିକ, ତେବେ ଆଇଆରସିଟିସି ଅନୁସାରେ ଟିକେଟ୍ ବୁକିଂ ସମୟରେ ତାଙ୍କୁ ୪୦ ପ୍ରତିଶତ ଛାଡ ମିଳିବ। ସେହିପରି ମହିଳାଙ୍କ ବୟସ ୫୮ ବର୍ଷ ହୋଇଥିଲେ, ତାଙ୍କୁ ଟିକେଟରେ ୫୦ ପ୍ରତିଶତ ଛାଡ ମିଳିବ।

ଆଇଆରସିଟିସିର ଇ-ଟିକେଟ୍ ୱେବ୍‌ ସାଇଡ୍ www.irctc.co.in ରେ ବରିଷ୍ଠ ନାଗରିକ ଏହାର ସୁବିଧା ପାଇ ପାରିବେ। ରିଜର୍ବେଶନ ଫର୍ମ ଭରିବା ସମୟରେ ଚେକବକ୍ସରେ କ୍ଲିକ୍ କରି ବରିଷ୍ଠ ନାଗରିକମାନେ ଏହି ସୁବିଧା ପାଇଁ ଦାବି କରି ପାରିବେ। ନହେଲେ ଏହି ସୁବିଧା ପାଇ ପାରିବେ ନାହିଁ। ବରିଷ୍ଠ ନାଗରିକ ଯାତ୍ରା କରିବା ସମୟରେ ନିଜ ସହ ବୟସ ସୂଚାଉଥିବା ପରିଚୟ ପତ୍ର ନେଇ ଯିବା ବାଧ୍ୟତାମୂଳକ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories