ଯାଜପୁର : ବହୁଚର୍ଚ୍ଚିତ ପିଇଓ ସ୍ମିତାରାଣି ବିଶ୍ୱାଳ ମୃତ୍ୟୁ ଘଟଣାର ଅଭିଯୁକ୍ତ ରୁପେଶ ଭଦ୍ରଙ୍କ ଜାମିନ ଆବେଦନ ଶୁଣାଣିକୁ ଯାଜପୁର ଜିଲା ଓ ଦୌରାଜଜ ଆସନ୍ତା ୨୯ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ରୁପେଶଙ୍କ ବିରୋଧରେ ଧର୍ମଶାଳା ପୋଲିସ ପାଖାପାଖି ୨୦୦୦ ପୃଷ୍ଠାର ଦସ୍ତାବିଜ ମାନ୍ୟବର କୋର୍ଟଙ୍କ ନିକଟରେ ଦାଖଲ କରିଛି । ଗତ ଅକ୍ଟୋବର ୧୬ ତାରିଖ ଦିନ ଧର୍ମଶାଳା ବ୍ଳକ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣି ବିଶ୍ୱାଳଙ୍କ ମୃତ ଦେହ ରୁପେଶଙ୍କ ଗେଷ୍ଟ ହାଉସ ରଙ୍ଗଶାଳାରୁ ଉଦ୍ଧାର କରାଯାଇଥିଲା। ଏହା ଏକ ଆତ୍ମହତ୍ୟା ଓ ଏଥିପାଇଁ ରୁପେଶ ଦାୟୀ ବୋଲି ଅଭିଯୋଗ କରି ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିଲା । ରୁପେଶ ପ୍ରଥମେ ଚଣ୍ଡିଖୋଲ ଏସଡିଜେଏମ ଓ ପରେ ଯାଜପୁର ଜିଲା ଦୌରା ଜଜଙ୍କ ନିକଟରେ ନିଜର ଜାମିନ ଆବେଦନ କରିଛନ୍ତି । ସୋମବାର ଜିଲା ଦୌରାଜଜ ତାଙ୍କ ଜାମିନ ଆବେଦନ ଶୁଣାଣି ପାଇଁ ଆସନ୍ତା ୨୯ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି।



