www.samajalive.in
Friday, December 12, 2025
19.1 C
Bhubaneswar

ବିବାହରେ ବରଯାତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ କନ୍ୟାପକ୍ଷ

ବାଗପତ୍‍: ଉତ୍ତର ପ୍ରଦେଶର ବାଗପତରେ ଏକ ଅଦ୍ଭୁତ ଘଟଣା ଘଟିଛି। ଥଣ୍ଡା ଖାଦ୍ୟ ଏବଂ ଏକ ଉଡ଼ା ଖବରକୁ ନେଇ ଏପରି ପରିସ୍ଥିତ ସୃଷ୍ଟି ହେଲା ଯେ, ବିବାହରେ ଯୋଗ ଦେଇଥିବା ବରଯାତ୍ରୀଙ୍କୁ କନ୍ୟାପକ୍ଷ ଲୋକେ ଗୋଡ଼ାଇ ଗୋଡ଼ାଇ ପିଟିଲେ। ଏହା ସହିତ କେହିଜଣେ ବ୍ୟକ୍ତି ଏ ସମ୍ପୂର୍ଣ୍ଣ ଘଟଣାର ଭିଡିଓ କରି ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି।

- Advertisement -

ସୂଚନା ଅନୁସାରେ, ଛପରୌଲୀ ଥାନା ଅନ୍ତର୍ଗତ ଟାଣ୍ଡା ଗାଁରେ ଏକ ବିବାହ ଉତ୍ସବ ଚାଲିଥିଲା। ସେଠାରେ କନ୍ୟାର ମାମୁଁ ବରଯାତ୍ରୀଙ୍କୁ ଖାଦ୍ୟ ପରଶୁଥିଲେ। ଏହି ସମୟରେ କେହି ଜଣେ ମିଛ ଖବର ପ୍ରଚାର କରିଥିଲେ ଯେ, ଥଣ୍ଡା ଖାଦ୍ୟ ପରଶା ହୋଇଛି। ଏହାପରେ କିଛି ଲୋକ ଖାଦ୍ୟ ଖାଇବାକୁ ମନା କରି ଦେଇଥିଲେ। ଏପଟେ ଥଣ୍ଡା ଖାଦ୍ୟ ଚର୍ଚ୍ଚା ସରି ନ ଥିବା ବେଳେ ପୁଣି ମିଛରେ କେହି ପ୍ରଚାର କରିଥିଲା କି ନାଚ ସମୟରେ ମାଡ଼ଗୋଳ ହୋଇଛି। ଏହାପରେ ବିବାଦ ଏତେ ବଢିଥିଲା ଯେ, ଉଭୟ ପକ୍ଷ ହାତାହାତି ହୋଇ ଯାଇଥିଲେ। କନ୍ୟାପକ୍ଷ ଲୋକେ ବାଡ଼ି-ଠେଙ୍ଗା ଧରି ବରଯାତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ ଘଟଣାକୁ ମୋବାଇଲରେ କଏଦ କରିଥିଲେ। ଏହି ମାଡ଼ଗୋଳରେ ଦୁଇ ପକ୍ଷରୁ ୨ ଜଣ ମହିଳାଙ୍କ ସମେତ ପ୍ରାୟ ୬ ଜଣ ଲୋକେ ଆହତ ହୋଇଛନ୍ତି। ଦୁଇ ପକ୍ଷ ଥାନାରେ ପରସ୍ପର ବିରୁଦ୍ଧରେ ଅଭିଯୋଗ କରିଛନ୍ତି। ଏହାପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories