www.samajalive.in
Friday, December 12, 2025
27.1 C
Bhubaneswar

ମହାରାଷ୍ଟ୍ର ପ୍ରସଙ୍ଗ ନେଇ ଅନାସ୍ଥା ପ୍ରସ୍ତାବ ରାଜ୍ୟସଭାରେ ଅଗ୍ରାହ୍ୟ

ନୂଆଦିଲ୍ଲୀ : ମହାରାଷ୍ଟ୍ର ପ୍ରସଙ୍ଗକୁ ନେଇ କଂଗ୍ରେସ, ବାମପନ୍ଥୀ ଏବଂ ଅନ୍ୟାନ୍ୟ ଦଳ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବକୁ  ଅଧ୍ୟକ୍ଷ ଭେଙ୍କିଆ ନାଇଡୁ ଅଗ୍ରାହ୍ୟ କରିଦେଇଛନ୍ତି। ଶ୍ରୀ ନାଇଡୁ କହିଛନ୍ତି, କୌଣସି ବିଚାରାଧୀନ ବିଷୟ ଉପରେ ଗୃହରେ ଆଲୋଚନା
ହୋଇପାରିବ ନାହିଁ । ଅତୀତରେ ରାଜ୍ୟସଭାର ବିଭିନ୍ନ ନିଷ୍ପତ୍ତିର ଉଦାହରଣ ଦେଇ ସେ କହିଥିଲେ, କୌଣସି ପ୍ରମାଣ ବିନା ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ଗୃହରେ ଆଲୋଚନା ହୋଇପାରିବ ନାହିଁ।

ଏହାପରେ ବିରୋଧି ଦଳ ସଦସ୍ୟମାନେ ସେମାନଙ୍କର ଆସନରୁ ବିଭିନ୍ନ ସ୍ଲୋଗାନ ଦେବା ଆରମ୍ଭ କରିଦେଇଥିଲେ। ଏହି ହଟ୍ଟଗୋଳ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ୍‍ ନକ୍‍ବୀ କହିଥିଲେ, ମହାରାଷ୍ଟ୍ରର ଭୋଟର୍‍ମାନେ ବିଜେପିକୁ ଜନାଦେଶ
ଦେଇଥିବାବେଳେ ଶିବସେନା, ଏନ୍‍ସିପି ଓ କଂଗ୍ରେସ ଯେକୌଣସି ମତେ ସରକାର ଗଠନପାଇଁ ଉଦ୍ୟମ ଚଳାଇଛନ୍ତି। ଏଭଳି ପରିସ୍ଥିତି ଲାଗି ରହିବାରୁ ଶ୍ରୀ ନାଇଡୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପରେ ଅପରାହ୍ନ ଅଧିବେଶନରେ ମଧ୍ୟ ଅନୁରୂପ ସ୍ଥିତି ଲାଗି ରହିବାରୁ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories