ଆବଶ୍ୟକ ସାମଗ୍ରୀ
ଛତୁ – ୨୫୦ ଗ୍ରାମ
ଖଜୁରୀ – ୧କପ
ଚିନି – ଆବଶ୍ୟକ ପରିମାଣରେ
ଗୁଜୁରାତି ଗୁଣ୍ଡ – ଅଳ୍ପ
କଟା କାଜୁ, ପିସ୍ତା – ଅଳ୍ପ
ଘିଅ – ଆବଶ୍ୟକ ପରିମାଣରେ
ଡ଼ାଲଚିନି ଗୁଣ୍ଡ – ସାମାନ୍ୟ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ରରେ କିଛି ପାଣି ଦେଇ ଏଥିରେ ଛତୁ ପକାଇ ଭଲ ଭାବେ ଫୁଟାଇ ଦିଅନ୍ତୁ। ଭଲ ଭାବେ ଫୁଟାଇବା ପରେ ଏହାକୁ ଥଣ୍ଡା କରି ପେଷି ଦିଅନ୍ତୁ। ଏବେ ଖଜୁରୀର ମଞ୍ଜି କାଢି ଏହାକୁ ପେଷି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଛତୁ ପେଷ୍ଟ ପକାଇ କିଛି ସମୟ ଗୋଳାନ୍ତୁ। କିଛି ସମୟ ପରେ ଖଜୁରୀ ପେଷ୍ଟ ପକାଇ ପୁଣି ଗୋଳାନ୍ତୁ। ଗୋଳାଇବା ପରେ ଏହା ଉପରେ ଚିନି , କାଜୁ, ପେସ୍ତା ବାଦାମ ପକାଇ ଗୋଳାଇ ୨ ମିନିଟ ଗ୍ୟାସରେ ବସାନ୍ତୁ। ୨ ମିନିଟ ପରେ ଏକ ପାତ୍ରକୁ କାଢି କାଜୁ ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଛତୁ ହାଲୱା ।
ଛତୁ ହାଲୱା
Popular Categories



