www.samajalive.in
Monday, December 15, 2025
26.1 C
Bhubaneswar

ଭାରତୀୟ ରେଳର ପାର୍ବଣ ଉପହାର; ଯିବା ଆସିବା ଟିକଟ କିଣିଲେ ୨୦% ରିଆତି

ଭୁବନେଶ୍ବର: ପାର୍ବଣ ଋତୁ ପାଇଁ ଭାରତୀୟ ରେଳପଥ ଯାତ୍ରୀଙ୍କ ପାଇଁ ରେଳ ଟିକଟ ଭଡ଼ା ଉପରେ ରିଆତି ବ୍ୟବସ୍ଥା ଆଣିଛି। ରେଳ ଯାତ୍ରୀ ଯିବା ଆସିବା ଏକାଥରେ ଟିକଟ କିଣିଲେ ମୋଟ ଭଡ଼ା ଉପରେ ୨୦% ରିଆତି ପାଇବେ। ଏହି ରିଆତି ପାଇବା ପାଇଁ ଯାତ୍ରୀ କେବଳ ଫେରିବା ଟିକଟ ଅକ୍ଟୋବର ୧୩ରୁ ୨୬ ମଧ୍ୟରେ କିଣିପାରିବେ। କିଣିଥିବା ଟିକଟରେ ନଭେମ୍ବର ୧୭ରୁ ଡିସେମ୍ବର ୧ ମଧ୍ୟରେ ଯାତ୍ରୀ ରେଳଯାତ୍ରା କରି ଗନ୍ତବ୍ୟସ୍ଥଳକୁ ଆସିବେ ବୋଲି ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପର୍ବପର୍ବାଣିରେ ପ୍ରତ୍ୟେକ ଷ୍ଟେସନରେ ପ୍ରବଳ ଭିଡ଼ ଦେଖାଯାଏ। ଲୋକଙ୍କୁ ହଜାର ହଜାର କି.ମି. ଠିଆ ହୋଇ ଯାତ୍ରା କରିବାକୁ ପଡ଼େ। ଏହି ଭିଡ଼ ଏବଂ ସୁରକ୍ଷିତ ଯାତ୍ରା ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯିବା ଆସିବା ମୋଟ ଭଡ଼ାରେ ୨୦% ରିଆତି ପାର୍ବଣ ଉପହାର ଦେଇଛନ୍ତି। ଏ ସମ୍ପର୍କରେ ରେଳ ମନ୍ତ୍ରଣାଳୟ ଏକ ‘ରାଉଣ୍ଡ ଟ୍ରିପ୍ ପ୍ୟାକେଜ ଫର ଫେଷ୍ଟିଭାଲ ରସ୍’ ଅର୍ଥାତ ପାର୍ବଣ ପାଇଁ ଭଡ଼ା ଯୋଜନା ଆରମ୍ଭ କରିଛି।
ଏହି ରିଆତି କେବଳ ସେହି ଯାତ୍ରୀଙ୍କୁ ଦିଆଯିବ ଯେଉଁମାନେ ସମାନ ନାମ ଏବଂ ବିବରଣୀ ସହିତ ଆସିବା ଏବଂ ଯିବା ପାଇଁ ଟିକଟ ବୁକ କରିବେ। ଉଭୟ ଟିକଟ ସମାନ ଶ୍ରେଣୀ ଏବଂ ସମାନ ଷ୍ଟେସନ ହେବା ଉଚିତ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories