ଭାରତୀୟ ନୁହେଁ ଆଫଗାନିସ୍ତାନରେ ମୋରୋକୋ ବିମାନ ଦୁର୍ଘଟଣାଗ୍ରସ୍ତ – ମନ୍ତ୍ରାଳୟ

ଡେସ୍କ: ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଯେ ଆଫଗାନିସ୍ତାନରେ ହୋଇଥିବା ବିମାନ ଦୁର୍ଘଟଣାରେ ଭାରତୀୟ ବିମାନ ସମ୍ପୃକ୍ତ ନୁହେଁ। ଗଣମାଧ୍ୟମ ଗୁଡିକରେ ଆଫଗାନିସ୍ତାନରେ ଏକ ଭାରତୀୟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ଦିଆଯାଇଥିଲା କିନ୍ତୁ ଏହାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଖଣ୍ଡନ କରିଛି।

ମାନିଲେ ସାନିଆ – ଶୋଏବଙ୍କ ସହ ହୋଇଛି ଛାଡପତ୍ର

ଅନ୍ୟ ପକ୍ଷରେ ଆଫଗାନିସ୍ତାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆଫଗାନିସ୍ତାନରେ ଏହି ଦୁର୍ଘଟଣାରେ ମୋରୋକୋର ପଞ୍ଜୀକୃତ ‘ଡ଼ିଏଫ ୧୦’ ବିମାନ ସମ୍ପୃକ୍ତ ଥିଲା। ସୂଚନା ଅନୁଯାୟୀ, ସେହି ବିମାନରେ ୬ ଜଣ ଯାତ୍ରୀ ଥିବାର ଅନୁମାନ କରାଯାଇଛି। ବାଦାଖଶାନ ପ୍ରଦେଶର କୁରାନ-ମୁଞ୍ଜାନ ଏବଂ ଜିବକ ଜିଲ୍ଲାର ଟପଖାନା ପର୍ବତରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।

Comments are closed.