www.samajalive.in
Saturday, December 6, 2025
23.1 C
Bhubaneswar

ଓଡ଼ିଆ ବୋହୂ ନିଶା ଦେଶାଇ ବିଶ୍ବାଳ ଆମେରିକା ଅନ୍ତର୍ଜାତୀୟ ବିକାଶ ଅର୍ଥ ଆୟୋଗର ଉପ ମୁଖ୍ୟ ମନୋନୀତ

ୱାଶିଂଟନ୍: ଭାରତୀୟ ବଂଶୋଦ୍ଭବ ତଥା ଓଡ଼ିଆ ଘରର ବୋହୂ ନିଶା ଦେଶାଇ ବିଶ୍ବାଳଙ୍କୁ ଆମେରିକାର ଅନ୍ତର୍ଜାତୀୟ ବିକାଶ ଅର୍ଥ ଆୟୋଗର ଏକ ଉଚ୍ଚ ପ୍ରଶାସନିକ ପଦ ପାଇଁ ମନୋନୀତ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍। ଏନେଇ ସୋମବାର ହ୍ବାଇଟ୍‌ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ନିଶାଙ୍କୁ ଆମେରିକାର ଅନ୍ତର୍ଜାତୀୟ ବିକାଶ ଅର୍ଥ ଆୟୋଗରେ ଉପ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ଡେପୁଟି ସିଇଓ) ଭାବେ ମନୋନୀତ କରାଯାଇଛି। ବାରାକ ଓବାମା ପ୍ରଶାସନ ସମୟରେ ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ ସହକାରୀ ସଚିବ ଭାବରେ କାର୍ଯ୍ୟ କରି ଶ୍ରୀମତି ବିଶ୍ବାଳ ଆମେରିକାର ବୈଦେଶିକ ନୀତି, ବେସରକାରୀ କ୍ଷେତ୍ର ଏବଂ ଅନ୍ତର୍ଜାତୀୟ ବିକାଶ କାର୍ଯ୍ୟକ୍ରମରେ ବ୍ୟାପକ ଅଭିଜ୍ଞତା ହାସଲ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ନିଶା ଓଡ଼ିଆ ଯୁବକ ସୁବ୍ରତ ବିଶ୍ବାଳଙ୍କୁ ବିବାହ କରିଛନ୍ତି। ସେ ୨୦୧୫ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିଲେ ଓ ନିଜକୁ ଓଡ଼ିଆ ବୋହୂ ବୋଲି ଦର୍ଶାଇ ଟ୍ବିଟ୍‌ କରିଥିଲେ।

ବର୍ତ୍ତମାନ ସେ ଆମେରିକାର ଚାମ୍ବର ଅଫ୍ କମର୍ସରେ ଅନ୍ତର୍ଜାତୀୟ ରଣନୀତି ଏବଂ ବୈଶ୍ୱିକ ନେତୃତ୍ୱର ବରିଷ୍ଠ ଉପାଧ୍ୟକ୍ଷ ଥିବା ବେଳେ ଆମେରିକା-ଭାରତ ବାଣିଜ୍ୟ ପରିଷଦ ଏବଂ ଆମେରିକା-ବାଂଲାଦେଶ ବାଣିଜ୍ୟ ପରିଷଦର ତଦାରଖ କରୁଛନ୍ତି। ୨୦୧୩ ରୁ ୨୦୧୭ ପର୍ଯ୍ୟନ୍ତ ଆମେରିକାର ବୈଦେଶିକ ବିଭାଗରେ କାର୍ଯ୍ୟ କରିଥିବା ଶ୍ରୀମତି ବିଶ୍ବାଳ ଆମେରିକା-ଭାରତ ସମ୍ପର୍କକୁ ସୁଦୃଢ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories