www.samajalive.in
Sunday, December 14, 2025
23.1 C
Bhubaneswar

ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କଲେ କାହାରିକୁ ଛଡାଯିବନି – କେଜ୍ରିଓ୍ୱାଲ

ନୂଆଦିଲ୍ଲୀ – ଦେଶରେ ଶାନ୍ତି ଭଙ୍ଗ କରିବାକୁ କେହିବି ଚେଷ୍ଟା କଲେ ତାକୁ ଛଡା ଯିବନାହିଁ ବୋଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି । ପଞ୍ଜାବରେ ଆପ୍‌ ସରକାର ଥିବା ବେଳେ ଅମ୍ରିତ ପାଲ୍‌ ସିଂ ପ୍ରସଙ୍ଗରେ ସେ ଏହି କଥା କହିଛନ୍ତି । ଅଲଗା ଦେଶ ଖଲିସ୍ତାନ ସମର୍ଥନରେ ଅମ୍ରିତ ପାଲ୍‌ ସିଂ ବୟାନ ବାଜି କରିବା ସହ ପଞ୍ଜାବରେ ଶିଖ୍‌ ଯୁବକମାନଙ୍କୁ ଉସକାଉଥିବା ଏବଂ ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିଥିବା ଅଭିଯୋଗ ହୋଇଛି ।

ଅମ୍ରିତପାଲ୍‌ ସିଂଙ୍କ ସମର୍ଥକମାନଙ୍କୁ ବିପୁଳ ଅସ୍ତ୍ରଶସ୍ତ୍ର ସହ ଗିରଫ କରାଯାଇଛି । ହେଲେ ଓ୍ୱାରିସ୍‌ ଦେ ପଞ୍ଜାବର ମୁଖ୍ୟ ଅମ୍ରିତ ପାଲ୍‌ ସିଂ ଫେରାର ହୋଇଯାଇଥିବା କୁହାଯାଉଛି ।ପଞ୍ଜାବରେ ଆଇନ ଶୃଙ୍ଖଳା ପରିସ୍ଥିତି ଲାଗୁ କରିବା ପାଇଁ ପଞ୍ଜାବ ସରକାର ଗତ ଏକ ବର୍ଷ ବେଶ୍‌ ଭଲ କାମ କରିଥିବା କଥା କେଜ୍ରିଓ୍ୱାଲ କହିଛନ୍ତି । ଅନେକ ନିଶାମାଫିଆଙ୍କୁ ଗିରଫ କରାଯାଇଛି । ଭଗବନ୍ତ ମାନ୍‌ଙ୍କ ସରକାର ସଂଯମ ରକ୍ଷା କରି ଅନେକ ଦୃଢ ପଦକ୍ଷେପ ଗ୍ରହଣ କରୁଥିବା କଥା ସେ କହିଛନ୍ତି ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories