www.samajalive.in
Saturday, December 6, 2025
26.1 C
Bhubaneswar

ବିଦେଶରେ ଓଡ଼ିଶାର ନାମ ଓ ଗୌରବ ଅକ୍ଷୂର୍ଣ୍ଣ ରଖିବା ପାଇଁ ବାହାରିନ୍‌ ଓଡ଼ିଆ ସମାଜର ଉଦ୍ୟମ

ଭୁବନେଶ୍ୱର/ବାହାରିନ୍‌ – ବିଦେଶରେ ଓଡ଼ିଶାର କଳା ସଂସ୍କୃତି ପରମ୍ପରାର ପ୍ରଚାର ପାଇଁ ବାହାରିନ୍‌ ଓଡିଆ ସମାଜ କାର୍ଯ୍ୟରତ । ଏ ନେଇ ଚଳିତ ମାସ ୧୨ ତାରିଖରେ ବାହାରିନ୍‌ ଓଡିଆ ସମାଜ ପକ୍ଷରୁ ଏକ ସଭାର ଆଲୋଚନା କରାଯାଇଥିଲା । ଏଥିରେ ଭୁବନେଶ୍ୱର ସାସଂଦ ଅପରାଜିତା ଷଡଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ।

ସାସଂଦ ଅପରାଜିତା ଓଡ଼ିଆ ସଂସ୍କୃତି ,ଐତିହ ଏବଂ ପରମ୍ପରା କୁ ଜୀବିତ ରଖି ବିଦେଶରେ ଓଡ଼ିଶାର ନାମ ଓ ଗୌରବ ଅକ୍ଷୂର୍ଣ୍ଣ ରଖିବା ପାଇଁ ନିଜ ଅଭିଭାଷଣରେ ମତ ପ୍ରକାଶ କରିଥିଲେ । ବାହାରିନ୍ ଓଡ଼ିଆ ସମାଜର ସଭାପତି ବିଷ୍ଣୁ ପ୍ରସାଦ ମହାନ୍ତି ସଭାକୁ ସମ୍ବୋଧନ କରି ସମାଜ ତରଫରୁ କେତେକ ଆବଶ୍ୟକତାକୁ ଉପସ୍ଥାପନ କରି ଥିଲେ । ଏହି ଆବଶ୍ୟକତାକୁ ଯାଥା ଶୀଘ୍ର ପୂରଣ ପାଇଁ ସମ୍ମାନୀୟ ସଦସ୍ୟ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସାଗରିକା ମହାନ୍ତି ଏହି ସଭାକୁ ପରିଚାଳନା କରିଥିବା ବେଳେ ସାଧାରଣ ସମ୍ପାଦକ ସୌମ୍ୟଦର୍ଶି ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories