www.samajalive.in
Sunday, December 7, 2025
26.1 C
Bhubaneswar

ଭାରତୀୟ ବଂଶୋଦ୍ଭବ ଅନିତା ଆନନ୍ଦ କାନାଡାର ନୂଆ ପ୍ରତିରକ୍ଷା ମନ୍ତ୍ରୀ

ଟରଣ୍ଟୋ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡିୟୁ ଭାରତୀୟ ବଂଶୋଦ୍ଭବ ଅନିତା ଆନନ୍ଦଙ୍କୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବରେ ନିଯୁକ୍ତ କରିଛନ୍ତି । କ୍ୟାବିନେଟ ଅଦଳ ବଦଳରେ କାନାଡାର ସାଂସଦ ଥିବା ଅନିତାଙ୍କୁ ଏହି ନୂଆ ଗୁରୁ ଦାୟିତ୍ୱ ମିଳିଛି । ୫୪ ବର୍ଷ ବୟସ୍କା ଅନିତା ମଧ୍ୟ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ହରଜିତ ସାଜ୍ଜନଙ୍କ ସ୍ଥାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ନେଇଛନ୍ତି । ଦେଶର ସାମରିକ ବାହିନୀରେ ଯୌନ ବ୍ୟଭିଚାର ପ୍ରସଙ୍ଗକୁ ହରଜିତ ଠିକ ଭାବରେ ପରିଚାଳନା କରିନପାରିବା କାରଣରୁ ସମାଲୋଚିତ ହୋଇଥିଲେ । ସେଥିପାଇଁ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ପଦରୁ ହଟାଯାଇ ଅନିତାଙ୍କୁ ଉକ୍ତ ଦାୟିତ୍ୱ ଦିଆଯାଇଛି । ହରଜିତଙ୍କୁ ଆନ୍ତର୍ଜାତିକ ବିକାଶ ଏଜେନ୍ସିର ମନ୍ତ୍ରୀ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଦେଶର ସୁରକ୍ଷା ବାହିନୀ ଯେଭଳି ନିରାପଦ ଓ ସୁସ୍ଥ ପରିବେଶରେ କାର୍ଯ୍ୟ କରିବେ ତାହା ସେ ସୁନିଶ୍ଚିତ କରିବେ ବୋଲି ଅନିତା କହିଛନ୍ତି । ଅନ୍ୟଜଣେ ଭାରତ-କାନାଡୀୟ ମହିଳା ବାର୍ଡିଶ ଚାଗର ଦେଶର ବିବିଧତା, ଅନ୍ତର୍ଭୁକ୍ତ ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଥିବାବେଳେ କ୍ୟାବିନେଟ ଅଦଳ ବଦଳରେ ତାଙ୍କୁ ବାଦ୍‍ ଦିଆଯାଇଛି । ୧୯୬୭ରେ ଜନ୍ମିତ ଅନିତା ନୋଭା ସ୍କଟିଆର ବାସିନ୍ଦା ଏବଂ ତାଙ୍କର ବାପା ଓ ମା’ ଉଭୟ ଡାକ୍ତର ଥିଲେ । ମା’ ସରୋଜ ଡି ରାମଙ୍କ ନିଜ ଘର ପଞ୍ଜାବରେ ହୋଇଥିବାବେଳେ ବାପା ଏସ ଭି ଆନନ୍ଦଙ୍କ ମୂଳ ବାସସ୍ଥାନ ତାମିଲନାଡୁରେ ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories