www.samajalive.in
Saturday, December 6, 2025
26.1 C
Bhubaneswar

ଭାରତୀୟ ନୌବାହିନୀକୁ ମିଳିଲା ଏକାଦଶ ବୋଇଂ ପି-୮ଆଇ ବିମାନ

ନୂଆଦିଲ୍ଲୀ: ଭାରତୀୟ ନୌବାହିନୀକୁ ଏକାଦଶତମ ବୋଇଂ ପି-୮ଆଇ ବିମାନ ହସ୍ତାନ୍ତର କରାଯାଇଛି । ଆମେରିକାର ଅଗ୍ରଣୀ ପ୍ରତିରକ୍ଷା ଉତ୍ପାଦନକାରୀ କମ୍ପାନୀ ବୋଇଂ ଏହି ବିମାନ ନିର୍ମାଣ କରିଛି ଏବଂ ବୁଡାଜାହାଜ ବିଧ୍ୱଂସୀ ଲଢେଇରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ସମର୍ଥ । ଏହି ଲଙ୍ଗ ରେଞ୍ଜ ମେରିଟାଇମ ରେକନିସାନ୍ସ ଆଣ୍ଟି ସବମାରାଇନ ୱାରଫେୟାର (ଏଲଆରଏମଆରଏଏସଡବ୍ଲୁ) ସିଆଟଲରୁ ଆସି ଗୋଆରେ ପହଞ୍ଚିଛି ।
ସୂଚନାଯୋଗ୍ୟ ଯେ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ୮ଟି ବୋଇଂ ପି-୮ଆଇ ବିମାନ ଖରିଦ କରିବାକୁ ୨୦୦୯ରେ ଏକ ରାଜିନାମାରେ ସ୍ୱାକ୍ଷର କରିଥିଲା । ୨୦୧୬ରେ ଆଉ ୪ଟି ପି-୮ଆଇ କ୍ରୟ କରିବାକୁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଦ୍ୱିତୀୟ ଦଫାରେ ୪ଟି ବିମାନ କ୍ରୟ ସକାଶେ ହୋଇଥିବା ରାଜିନାମା ପର୍ଯ୍ୟାୟରେ ଏହା ତୃତୀୟ ବିମାନ ଭାବରେ ଭାରତକୁ ହସ୍ତାନ୍ତର କରାଯାଇଛି । ଜଣାଯାଇଛି ଯେ ଏହି ପର୍ଯ୍ୟାୟର ଚାରିଟି ବିମାନ ମଧ୍ୟରୁ ପ୍ରଥମ ବିମାନ ୨୦୨୦ ନଭେମ୍ବରରେ ଭାରତକୁ ଆସିଥିଲା । ତାହାପରେ ଦ୍ୱିତୀୟ ବିମାନଟି ଚଳିତ ବର୍ଷ ଜୁଲାଇରେ ଭାରତକୁ ମିଳିଥିଲା । ଏକ ସୂତ୍ର ଅନୁଯାୟୀ ଏହି ବିମାନ ୨୦୧୩ରେ ଭାରତୀୟ ନୌବାହିନୀରେ ସାମିଲ ହେବା ପରଠାରୁ ୩୦ ହଜାର ଘଣ୍ଟାରୁ ଅଧିକ ଉଡାଣ କରିସାରିଛି । ଏହାର ସାମୁଦ୍ରିକ ଅଞ୍ଚଳରେ ସତର୍କ ଦୃଷ୍ଟି ରଖିବା ସହିତ ବୁଡାଜାହାଜ ବିଧ୍ୱଂସୀ ଲଢେଇ କ୍ଷେତ୍ରରେ ଅତୁଳନୀୟ କ୍ଷମତା ରହିଛି । ରିଲିଫ ଏବଂ ମାନବୀୟ ସହାୟତା ଅଭିଯାନ ସମୟରେ ମଧ୍ୟ ଏହାକୁ ନିୟୋଜିତ କରାଯାଉଛି । ବୋଇଂ ପକ୍ଷରୁ କୁହାଯାଇଛି ଯେ ଭାରତରେ ବର୍ଦ୍ଧିତ ସଂଖ୍ୟାରେ ପି-୮ଆଇ ବିମାନଗୁଡିକ ପରିଚାଳନା କରିବାକୁ ଏହା ଭାରତର ନୌବାହିନୀ ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ଦେଉଛି ଏବଂ ବିମାନଗୁଡିକର ରକ୍ଷଣାବେକ୍ଷଣ ନିମନ୍ତେ ଲଜିଷ୍ଟିକ୍ସ ସହାୟତା ଯୋଗାଇ ଦେଉଛି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories