www.samajalive.in
Monday, December 8, 2025
27.1 C
Bhubaneswar

ନବରଙ୍ଗପୁରରେ ବଢୁଛି ଶିକ୍ଷକ ସଂଘ ବିବାଦ ; ଏସ୍‍ପିଙ୍କର ନିକଟରେ ଲିଖିତ ଅଭିଯୋଗ

ନବରଙ୍ଗପୁର : ନବରଙ୍ଗପୁର ଜିଲାରେ ଏକାଧିକ ମିଥ୍ୟା ଶିକ୍ଷକ ସଂଘ ରହି ଶିକ୍ଷକ ମାନଙ୍କୁ ବିଭ୍ରାନ୍ତି କରାଇବା ସହ ବେନିୟମ ଭାବରେ କାର୍ଯ୍ୟ କରୁଥିବା ନେଇ ଏହି ମିଥ୍ୟା ଶିକ୍ଷକ ସଂଘ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଲିଖିତ ଅଭିଯୋଗ କରିଛି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍‍ ର ଅନୁବନ୍ଧିତ ଜିଲା ପ୍ରାଥମିକ ଶିକ୍ଷକ ସଂଘ। ସୋମବାର ସନ୍ଧ୍ୟାରେ ଜିଲା ପୁଲିସ କାର୍ଯ୍ୟାଳୟକୁ ଯାଇ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଲିିଖିତ ଭାବେ ଅଭିଯୋଗ ପ୍ରଦାନ କରିଛନ୍ତି। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍‍ କେବଳ ଏକମାତ୍ର ରାଜ୍ୟସରକାରଙ୍କର ପ୍ରାଧିକୃତ ଶିକ୍ଷକ ସଂଘ। ତାର ଶାଖା ଭାବେ ନବରଙ୍ଗପୁର ଜିଲା ପ୍ରାଥମିକ ଶିକ୍ଷକ ସଂଘ କାର୍ଯ୍ୟ କରୁଛି ।ତେବେ କେତେକ ଶିକ୍ଷକ ମନ୍ଦ ଉଦ୍ଦେଶ୍ୟନେଇ ଅଣପ୍ରାଧିକୃତ ଭାବେ କିଛି ସଂଘ ଗଠନ କରି ଶିକ୍ଷକ ମାନଙ୍କୁ ବିଭ୍ରାନ୍ତ କରୁଛନ୍ତି।
ସଂଘ ପକ୍ଷରୁ ଜିଲା ଶିକ୍ଷା ଅଧିକାରୀଙ୍କୁ ଏକ ସ୍ମାରକପତ୍ରଦେଇ ସରକାରୀ ନିୟମ ଖିଲାଫରେ କାଉନସିଲିଂ କୁ ବିରୋଧ କରି ପଦୋନ୍ନତି ଦେବାକୁ ଦାବି କରୁଛନ୍ତି। ସେମାନେ ଗଣମାଧ୍ୟମରେ ବିବୃତି ଦେଇ ପ୍ରକୃତ ସଂଘକୁ ବଦନାମ କରୁଛନ୍ତି । ତେଣୁ ଏହାକୁ ଗୁରୁତର ସହିତନେଇ ଏହି ମିଥ୍ୟା ଶିକ୍ଷକ ସଂଘ ବିରୋଧରେ ଆଇନ ଅନୁସାରେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ଏହାର ନକଲ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉପସଚିବ , ଜିଲାପାଳ ଓ ଜିଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଶିକ୍ଷକ ସଂଘର ରାଜ୍ୟ ଉପସଭାପତି ସୁଶାନ୍ତ କୁମାର ପ୍ରହରାଜ, ଜିଲା ଉପଦେଷ୍ଠା ରତନ ମାଝୀ, ଜିଲା ସଭାପତି ବିଷ୍ଣୁ ପ୍ରସ।ଦ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ରମାଣୀ ରଞ୍ଜନ ତ୍ରିପାଠୀଙ୍କର ସମେତ ଜିଲାର ୧୦ଟି ବ୍ଳକର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଏସଂପର୍କରେ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆରକ୍ଷୀ ଅଧିକ୍ଷକଙ୍କର ନିକଟରେ ଭେଟି ଅଭିଯୋଗ କରିବାପରେ ଶିକ୍ଷକ ସଂଘର ବିବାଦ ବଢିବାରେ ଲାଗିଛି।

 

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories