www.samajalive.in
Saturday, December 6, 2025
14.1 C
Bhubaneswar

ଦୁର୍ଘଟଣାରେ ଶିଶୁପୁତ୍ରର ମୃତ୍ୟୁକୁ ନେଇ ଉତେଜନା

ରାଉରକେଲା : ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ଗାନ୍ଧୀ ରୋଡ଼ରେ ଗତକାଲି ଏକ କାର ଧକ୍କାରେ ଜଣେ ୯ ବର୍ଷର ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ଅଂଚଳରେ ତୀବ୍ର ଉତେଜନା ଜାରି ରହିଛି । ଅଂଚଳବାସୀ କ୍ଷତିପୂରଣ ଓ କାର ଚାଳକକୁ ତୁରନ୍ତ ଗିରଫ ଦାବିରେ ରାସ୍ତା ଅବରୋଧ କରିଛନ୍ତି । ରାଉରକେଲା ବସ ଷ୍ଟାଣ୍ଡ ଭିତର କୁ କୌଣସି ବସ ପୁରାଇ ଦେଉ ନାହାନ୍ତି । ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଛି ।
ସୂଚନା ଯୋଗ୍ୟ ,  ମୃତ ଶିଶୁ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ରାମଚନ୍ଦ୍ର ଚୌଧୁରୀଙ୍କ ପୁଅ କ୍ରିଷ୍ଣା ଚୌଧୁରୀ ବୋଲି ଜଣାପଡିଛି। ଗତକାଲି ବସ ଷ୍ଟାଣ୍ଡ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଥିଲା। କାର ଚାଳକ ଦ୍ରୁତ ଗତିରେ ଥିବା ତଥା ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି। କାର୍ୟ୍ୟାନୁଷ୍ଠାନ ଓ କ୍ଷତି ପୂରଣ ନମିଳିବା ପର୍ୟ୍ୟନ୍ତ ଏହି ପ୍ରତିବାଦ ଜାରି ରହିବ ବୋଲି ଅଂଚଳବାସୀ କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories