www.samajalive.in
Saturday, December 6, 2025
15.1 C
Bhubaneswar

ଇରାନରେ ଥିବା ଭାରତୀୟଙ୍କୁ ତେହରାନ ଛାଡ଼ିବାକୁ ନିର୍ଦେଶ, ସହାୟତା ନମ୍ବର ଜାରି

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ-ଇରାନ ଯୁଦ୍ଧ ଉତ୍ତେଜନା ବଢୁଥିବାବେଳେ ଇରାନରେ ରହୁଥିବା ଭାରତୀୟମାନଙ୍କୁ ତେହରାନ ଛାଡ଼ିବାକୁ ନିର୍ଦେଶ ଦିଆଯାଇଛି। ତେହରାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ମଙ୍ଗଳବାର ଜରୁରିକାଳୀନ ଭିତ୍ତିରେ ଏହି ନିର୍ଦେଶ ଦିଆଯାଇଛି। ତେହରାନରୁ ଅନ୍ୟତ୍ର ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି। ଅନ୍ୟପଟେ ସୋମବାର ରାତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସମସ୍ତଙ୍କୁ ତେହରାନ ଛାଡ଼ିବାକୁ ପରାମର୍ଶ ଦେଇଥିଲେ।

ସାମାଜିକ ଗଣମାଧ୍ୟମରେ ଭାରତୀୟ ଦୂତାବାସ ପକ୍ଷରୁ ପୋଷ୍ଟ କରାଯାଇଥିବା ବିବୃତିରେ ଲେଖାଯାଇଛି ଯେ, ସମସ୍ତ ଭାରତୀୟ ନାଗରିକ ଏବଂ ଭାରତୀୟ ବଂଶୋଦ୍ଭବ ତେହରାନ ଛାଡ଼ି ସହର ବାହାରେ କୌଣସି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନିଅନ୍ତୁ।  ଏହା ସହିତ ସହାୟତା ନଂ(+୯୮୯୦୧୦୧୪୪୫୫୭, +୯୮୯୧୨୮୧୦୯୧୦୯, +୯୮୯୧୨୮୧୦୯୧୧୫) ମଧ୍ୟ ଜାରି କରାଯାଇଛି। ତୁରନ୍ତ ଦୂତାବାସ ସହ ଯୋଗାଯୋଗ କରିବାକୁ ନାଗରିକମାନଙ୍କୁ କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories