ଡେସ୍କ: ଭାରତୀୟ ତଟରକ୍ଷୀ ବାହିନୀର ପ୍ରଦୂଷଣ ନିୟନ୍ତ୍ରଣ ଜାହାଜ ଆସିଆନ୍ ଦେଶ ଗସ୍ତ ସମୟରେ ଆଜି ବ୍ରୁନେଇର ମୁଆରାସ୍ଥିତ ଏକ ବନ୍ଦରରେ ପହଞ୍ଚିଛି। ତିନି ଦିନିଆ ଗସ୍ତ ସମୟରେ ପ୍ରଦୂଷଣ ନିୟନ୍ତ୍ରଣ ଜାହାଜର କର୍ମଚାରୀମାନେ ସାମୁଦ୍ରିକ ପ୍ରଦୂଷଣ, ସାମୁଦ୍ରିକ ଅନୁସନ୍ଧାନ, ଉଦ୍ଧାର ଏବଂ ସାମୁଦ୍ରିକ ଆଇନ ପ୍ରବର୍ତ୍ତନ ଉପରେ ବିଭିନ୍ନ ପକ୍ଷଙ୍କ ସହ ବୈଠକ କରିବେ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ଭାରତୀୟ ତଟରକ୍ଷୀ ବାହିନୀର ଏହି ସ୍ୱତନ୍ତ୍ର ଜାହାଜର ଆସିଆନ୍ ଦେଶକୁ ଗସ୍ତ ୨୦୨୨ରେ କାମ୍ବୋଡିଆରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଘୋଷଣା ଅନୁଯାୟୀ ବୋଲି ମନ୍ତ୍ରଣାଳୟ କହିଛି। ଏହି ଗସ୍ତ କେବଳ ଭାରତୀୟ ତଟରକ୍ଷୀ ବାହିନୀ ଏବଂ ସେମାନଙ୍କ ବ୍ରୁନେଇ ପ୍ରତିପକ୍ଷଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ନୁହେଁ ବରଂ ଆତ୍ମନିର୍ଭର ଭାରତର ଧାରଣା ଅନୁଯାୟୀ ଜାହାଜ ନିର୍ମାଣ କ୍ଷମତା ପ୍ରଦର୍ଶନ କରିବା ଉଦ୍ଦେଶ୍ୟ ରହିଛି।
Popular Categories



