www.samajalive.in
Sunday, December 7, 2025
26.1 C
Bhubaneswar

ପୁଲୱାମା ଆକ୍ରମଣର ୧୦୦ଘଣ୍ଟା, ସେନାର ଦୃଢ଼ ସଫଳତା

ନୂଆଦିଲ୍ଲୀ: ଭାରତୀୟ ସେନା ବାହିନୀ କହିଛି, ପୁଲୱାମା ଆତଙ୍କବାଦୀ ଆକ୍ରମଣର ୧୦୦ ଘଣ୍ଟାରୁ କମ୍‍ ସମୟ ମଧ୍ୟରେ ଜୈସେ ମହମ୍ମଦ୍‍ର ପ୍ରମୁଖ ଆତଙ୍କବାଦୀକୁ ଏହା ନିପାତ କରିଛି। ମଙ୍ଗଳବାର ସକାଳେ ଶ୍ରୀନଗରଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଲେପ୍ଟନାଣ୍ଟ ଜେନେରାଲ୍‍ କେ.ଏସ୍‍. ଧିଲୋଁ କହିଛନ୍ତି, ପାକିସ୍ତାନରେ ଥିବା ଜୈସେ ମହମ୍ମଦର ମୁଖ୍ୟ ଆତଙ୍କବାଦୀ ଏହି ଆକ୍ରମଣ ପାଇଁ ଦାୟୀ। ସେ କହିଛନ୍ତି, ପୁଲୱାମା ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନରେ ଯୋଜନା ହୋଇଥିଲା ଏବଂ ପାକ ସେନା ଓ ଆଇଏସଆଇ ଏହାକୁ ସମର୍ଥନ କରିଥିଲେ। ସେ କହିଛନ୍ତି, ଗତ ୧୪ତାରିଖରେ ପୁଲୱାମାରେ ସି.ଆର୍‍.ପି.ଏଫ୍‍. ଗାଡ଼ି ଉପରେ ଆକ୍ରମଣ କରିଥିବା ଜୈସେ ମହମ୍ମଦର ପ୍ରମୁଖ ଆତଙ୍କବାଦୀ କମରାନ୍‍ଙ୍କୁ ନିପାତ କରାଯାଇଛି। ଏହି ଆକ୍ରମଣ ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିଷୟରେ ତଦନ୍ତ କରାଯାଉଥିବା ସେ କହିଛନ୍ତି। ଲେପ୍ଟନାଣ୍ଟ ଜେନେରାଲ୍‍ କେ.ଏସ୍‍. ଧିଲୋଁ କହିଛନ୍ତି, ଆହତ ସି.ଆର୍‍.ପି.ଏଫ୍‍. ଯବାନମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରୁଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories