ବାୟୁସେନାର ଜାଗୁଆର ବିମାନ ଦୁର୍ଘଟଣାଗ୍ରସ୍ତ

ଡେସ୍କ: ଭାରତୀୟ ବାୟୁସେନାର ଏକ ଜାଗୁଆର ବିମାନ ଆଜି ଅମ୍ବାଲାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରତୀୟ ବାୟୁସେନା ଅନୁଯାୟୀ, ନିୟମିତ ପ୍ରଶିକ୍ଷଣ ସମୟରେ ସିଷ୍ଟମରେ ତ୍ରୁଟି ଦେଖାଦେବାରୁ ଏହି ଦୁର୍ଘଟଣା ଘଟିଛି। ସୁରକ୍ଷିତ ଭାବେ ବାହାରକୁ ବାହାରିବା ପୂର୍ବରୁ ପାଇଲଟ ବିମାନଟିକୁ ସ୍ଥଳଭାଗରେ ଥିବା ବସ୍ତିରୁ ଦୂରେଇ ନେଇଥିଲେ। ଦୁର୍ଘଟଣାର କାରଣ ଜାଣିବା ପାଇଁ ଭାରତୀୟ ବାୟୁସେନା ତଦନ୍ତ ନିର୍ଦ୍ଦେଶ ଦେଇଛି।
Comments are closed.