www.samajalive.in
Monday, December 15, 2025
14.1 C
Bhubaneswar

ଇଣ୍ଡିଆ ଗେଟରେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ଯୁବକ କାର୍ତ୍ତିକ: କୁମ୍ଭାରୀରୁ ଇଣ୍ଡିଆ ଗେଟ୍‌

ବରଗଡ଼/ପଦ୍ମପୁର : ନୂଆଁ ଦିଲ୍ଲୀର ଇଣ୍ଡିଆ ଗେଟରେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ଯୁବକ କାର୍ତ୍ତିକ ମେହେରଙ୍କୁ ଦିଲ୍ଲୀ ପୁଲିସ ଉଦ୍ଧାର କରି ଡ଼କ୍ଟର ରାମ ମନୋହର ଲୋହିଆ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ବିଭିନ୍ନ ଗଣମାଧ୍ୟମରେ କାର୍ତ୍ତିକ ଜଣେ ଓଡ଼ିଆ ଯୁବକ ଓ ସେ ବରଗଡ଼ ଜିଲାର ବୋଲି ପ୍ରଚାର ହୋଇଥିଲା। ଅପରପକ୍ଷରେ କାର୍ତ୍ତିକ ଦହରେ ନିଅାଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ଏବଂ ଏବେ ତା’ର ଅବସ୍ଥା ସଂକଟାପନ୍ନ ଥିବାରୁ ଦିଲ୍ଲୀ ପୁଲିସ ପକ୍ଷରୁ ତାଙ୍କ ଭାଇ କେଶବଙ୍କୁ ଏ ନେଇ ଫୋନ୍‌ ଯୋଗେ ସୂଚନା ଦିଆଯିବା ସହ ପରିବାର ବର୍ଗଙ୍କୁ ଦିଲ୍ଲୀ ଡକାଯାଇଛି।

କାର୍ତ୍ତିକଙ୍କ ଅବସ୍ଥା ଏବେ ସଂକଟାପନ୍ନ ଥିବା ବେଳେ ତାଙ୍କ ଶରୀରର ୯୦ ପ୍ରତିଶତ ନିଅାଁରେ ପ୍ରଭାବିତ ହୋଇଛି। ୨୦୧୮ ଫେବୃୟାରୀ ୨୦ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେପୁର ନିର୍ବାଚନମଣ୍ଡଳୀ ଗସ୍ତ ସମୟରେ ବରପାଲି ବ୍ଲକର କୁମ୍ଭାରୀ ଗ୍ରାମରେ କାର୍ତ୍ତିକ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗି ଚର୍ଚ୍ଚାକୁ ଆସିଥିଲେ। ସେହି ସମୟରେ କାର୍ତ୍ତିକ ମେହେର କହିଥିବା ସଂଳାପ ‘ଭାତ ଖାଏଲେ କହେମି’ ସବୁଆଡ଼େ ବ୍ୟାପିଯିବା ସହ କାର୍ତ୍ତିକକୁ ଭାତ ଖାଏଲେ କହେମି ବୋଲି ସମସ୍ତେ ଜାଣିଥିଲେ। ଏହା ପୂର୍ବରୁ ଗତ ମ୍ୟୁନିସିପାଲିଟି ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଗସ୍ତ କରିଥିବା ସମୟରେ ସେ କଳା ପତାକା ପ୍ରଦର୍ଶନ କରିଥିଲେ। ଏହାପରେ ପଦ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିବେ ବୋଲି ଛାତ ଉପରକୁ ଚଢ଼ି ଯାଇଥିବାରୁ ପ୍ରଶାସନକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଠିକ ସେହିପରି କିଛିଦିନ ପୂର୍ବରୁ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦାବି କରି ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ। କାର୍ତ୍ତିକ ଦିଲ୍ଲୀ ଯାଇଥିବା କଥା ଫୋନ ଯୋଗେ ଜାଣିପାରିଥିଲେ ବୋଲି ତାଙ୍କ ଭାଇ କେଶବ ପ୍ରକାଶ କରିଥିବା ବେଳେ ସେ ସବୁବେଳେ ମଦ ବିକ୍ରି ଏବଂ ସରକାରଙ୍କ ଦ୍ୱାରା କରାଯାଉଥିବା କିଛି ଯୋଜନାକୁ ବିରୋଧ କରିବା ସହ ବିବ୍ରତ ରହୁଥିଲେ।

- Advertisement -

ସୂଚନାଯୋଗ୍ୟ, କାର୍ତ୍ତିକଙ୍କ ଏହିଭଳି ବ୍ୟବହାର ଯୋଗୁଁ କିଛିଲୋକ ତାଙ୍କୁ ପାଗଳ ବୋଲି କହୁଥିବା ବେଳେ କାର୍ତ୍ତିକ ‘କାର୍ତ୍ତିକ ପାଗଲ୍‌’ ନାମରେ ତାଙ୍କର ଫେସବୁକ ଆକାଉଣ୍ଟ ମଧ୍ୟ ଖୋଲିଛନ୍ତି। ଏହି ଫେସବୁକ ଆକାଉଣ୍ଟରେ କିଛି ଦିନ ପୂର୍ବେ ପଦ୍ମପୁର ଉପଜିଲାପାଳଙ୍କୁ ଠିକଣା କରି ଏକ ୮ ଦଫା ଦାବି ପତ୍ର ମଧ୍ୟ ପୋଷ୍ଟ କରିଛନ୍ତି। ଯାହାକି ପୋଷ୍ଟ କରିବା ସମୟରେ ସେ ‘ଲାଷ୍ଟ’ ବୋଲି ଲେଖିଛନ୍ତି। ଏହି ଦାବିପତ୍ରରେ ସେ ଗାଁରେ ଶାନ୍ତି ଫେରି ଆସିବା, ମଦବିକ୍ରି ବନ୍ଦ ହେବା, ପୁଲିସ ମିଛ ବୟାନ ଦେବା, କିଛି ବ୍ୟକ୍ତି ଅନ୍ୟାୟ ଓ ଦୁର୍ନୀତି କରୁଥିବା ପରି ଗୁରୁତ୍ୱପୂର୍ଣ୍ଣ ବିଷୟ ଉଲ୍ଲେଖ ରହିଛି। ସେଥିପାଇଁ ସେ କେଉଁ ପରିସ୍ଥିତିରେ ଦିଲ୍ଲୀ ପହଞ୍ଚିଲେ ଏବଂ ଇଣ୍ଡିଆ ଗେଟ୍‌ ନିକଟରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ତାହା ଚର୍ଚ୍ଚାର ବିଷୟ। କାରଣ ବର୍ତ୍ତମାନ ସାରା ଦେଶରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ନାଗରିକ ସଂଶୋଧନ ବିଲ୍‌କୁ ନେଇ ବିରୋଧ ପ୍ରଦର୍ଶନ ଚାଲିଛି। କାର୍ତ୍ତିକ ମଧ୍ୟ ଏଥିରେ ସାମିଲ ଅଛନ୍ତି ନା ନାହିଁ ତାହା ମଧ୍ୟ ବିଚାର ସାପେକ୍ଷ ବୋଲି ଚର୍ଚ୍ଚା ଚାଲିଛି। କାର୍ତ୍ତିକ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ବୁଧାପାଲି ଗ୍ରାମର ମଦନ ମେହେର ଓ ଉଷାବତୀ ମେହେରଙ୍କ ପୁଅ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories